ପ୍ରାଣୀଚିକିତ୍ସକଙ୍କ କଳା ବ୍ୟାଜ ପରିଧାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଅନ୍ତର୍ଗତ ସାତଟି ବ୍ଳକରେ ଅବସ୍ଥାପିତ ପ୍ରାଣୀ ଚିକିତ୍ସାକ ସେମାନଙ୍କ ବିଭିନ୍ନ ଦାବିନେଇ କଳା ବ୍ୟାଜ ପରିଧାନ କରିଥିବାର ଜଣାଯାଇଛି । ରାଜ୍ୟ ସରକାର ପ୍ରାଣୀ ଚିକିତ୍ସକ ମାନଙ୍କର ବିଭିନ୍ନ ଦାବି ପୂରଣ କରୁନଥିବାରୁ ଜିଲ୍ଲାରେ ଥିବା ସମସ୍ତ ଚିକିତ୍ସକ କଳାବ୍ୟାଜ ପରିଧାନ କରି ନିଜର କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି . ସେମାନଙ୍କର ଦାବି ଗୁଡିକ ହେଲା ମୁଖ୍ୟତଃ ପ୍ରବେଶ ପଦବୀକୁ କନିଷ୍ଠ ପ୍ରଥମ ଶ୍ରେଣୀର ମାନ୍ୟତା ପ୍ରଦାନ କରିବା, ବିଭାଗକୁ ଜରୁରୀ କାଳୀନ ବିଭାଗର ମାନ୍ୟତା ସହିତ ମୌଳିକ ଭିତ୍ତିଭୂମି ଯୋଗାଇ ଦେବା, ଡିଜିଟାଲାଇଜେସନ ସେବା ପ୍ରଦାନ ସକାଶେ ଅତ୍ୟାଧୁନିକ ଉପକରଣ ସହିତ ଡାଟା ଏଣ୍ଟ୍ରି ଅପରେଟର ଯୋଗାଇ ଦେବା, ପ୍ରାଣୀ ଚିକିତ୍ସକଙ୍କୁ କୋଭିଡ଼ ଯୋଦ୍ଧା ଭାବେ ଘୋଷଣା କରିବା ଆଦି ଦାବି ଗୁଡିକ ରହିଛି । ଗଜପତି ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ 20 ରୁ 27 ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ ପରିଧାନ କରିବେ ଏବଂ ନିଜର କାର୍ଯ୍ୟ କରିବେ । 27 ତାରିଖ ସୁଦ୍ଧା ସେମାନଙ୍କ ର ଦାବି ପୂରଣ ନ ହେଲେ ଅନଲାଇନ କାର୍ଯ୍ୟ ଗୁଡିକ ବନ୍ଦ ରହିବ ବୋଲି ପ୍ରାଣୀ ଚିକିତ୍ସକ ମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ଏହି କାର୍ଯ୍ୟକ୍ରମ ରେ ସଭାପତି ଏସ.କାମେଶ୍ୱର ରେଡ୍ଡି, ଉପ ସଭାପତି ଡ଼ଃ ଅମିତ ପଟ୍ଟନାୟକ, ସଂପାଦକ ଡ଼ଃ ପ୍ରଶାନ୍ତ ସାମଲ, ସହ ସମ୍ପାଦକ ଡ଼ଃ ଅରବିନ୍ଦ ବେହେରା ଏହି ଭଳି ଗଜପତି ଜିଲ୍ଲାର 25 ଜଣ କର୍ମଚାରୀ କାର୍ଯ୍ୟରତ ଥାଇ କଳା ବ୍ୟାଜ ପରିଧାନ କରି ସୂଚାରୁ ରୁପେ କାର୍ଯ୍ୟ ସମ୍ପାଦନ କରୁଛନ୍ତି ।

Leave a Reply

Your email address will not be published. Required fields are marked *