ଭକ୍ତକବି ଗୋପାଳକୃଷ୍ଣ ଜୟନ୍ତୀ ପାଳନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ପୁରାତନ ଅନୁଷ୍ଠାନ ଗୋପାଳକୃଷ୍ଣ ସ୍ମୃତି କଳାପରିଷଦ ଓ ଉତ୍କଳ ହିତୈଷିଣୀ ସମାଜ ମିଳିତ ଆନୁକୁଲ୍ୟରେ ଭକ୍ତକବି ଗୋପାଳକୃଷ୍ଣଙ୍କ ୨୪୧ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇସାରିଛି। ରୀତି ଯୁଗର ବିଶିଷ୍ଟ ଗୀତିକବି,ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଓଡ଼ିଶାର ପଣ୍ଡିତ,ମୂର୍ଖ, ବୈଷ୍ଣବ,ଅବୈଷ୍ଣବ,ନିର୍ବିଶେଷରେ ଗୋପାଳକୃଷ୍ଣଙ୍କ ଜନପ୍ରିୟ ସଙ୍ଗୀତ ଗୁଡ଼ିକ ଓଡ଼ିଆ ଅସ୍ମିତା ର ସ୍ମାରକୀ ଦେଇ ଆସୁଛି,ଏହି କାଲାଜୟୀ କବିଙ୍କର ଗୋପାଳକୃଷ୍ଣ ପଦ୍ୟାବଳୀ ବୋଲି ବକ୍ତାମାନେ କହିଥିଲେ।ଆବାହକ ଡ.ଭୁବନେଶ୍ୱର ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ କବିଙ୍କ ସ୍ବରଚିତ ଅମୃତ ସ୍ୱର୍ଗୀୟ ପ୍ରେମାନୁଭୂତି ୫ଗୋଟି ସଙ୍ଗୀତ ଗୁଡ଼ିକ ବିଶିଷ୍ଠ ଦୂରଦର୍ଶନ ଓ ଆକାଶବାଣୀ ସ୍ଵୀକୃତି ଲାଭ କରି ଥିବା କଣ୍ଠଶିଳ୍ପୀ ବାଲିଖାନl କୋମାଳlଙ୍ଗୀ ଏବଂ ଡ. ବିଦୁତ୍ ଶେଖର ମିଶ୍ର କଣ୍ଠ ଦାନ କରିଥିଲେ। ବ୍ରଜାନନ୍ଦ ପଟ୍ଟନାୟକ ଆହ୍ବାନ କରିଥିବାବେଳେ ଇଞ୍ଜିନିୟର ଶ୍ୱେତା ପଟ୍ଟନାୟକ ଅତିଥି ଆହ୍ବାନ ଓ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ବକ୍ତା ସରୋଜ କୁମାର ପଣ୍ଡା, ସମ୍ମାନିତ ଅତିଥି ରୂପେ ଡ.ନଳିନୀ ସାବତ,ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିଲେ ଆଚାର୍ଯ ବିନୋଦ ଚନ୍ଦ୍ର ଜେନା। ଯେଉଁ ଛାତ୍ର ଛାତ୍ରୀ ମାନେ ତର୍କ, ସଙ୍ଗୀତ,ପ୍ରବନ୍ଧ,ଚିତ୍ରରେ ବିଜୟ ଲାଭ କରିଥିଲେ ସେମାନଙ୍କୁ ପ୍ରମାଣ ପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଅରକ୍ଷିତ ଜେନା ଧନ୍ୟବାଦ ଦେଇଥିଲେ। ଶଶିଭୂଷଣ ପଟ୍ଟନାୟକ,ସ୍ନେହା ବେହେରା, ପିୟୁ ସ୍ୱାଇଁ,ପାୟଲ ପାତ୍ର ବର୍ଷା ରାଉତ, ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *