ଘୋଷା ଯାତ୍ରା ରେ ପ୍ରଥମ କରି ବାଙ୍କୀ ରେ ଗଡ଼ିଲା ୩ ଗୋଟି ରଥ !!!

0
180

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଘୋଷା ଯାତ୍ରା ରେ ପ୍ରଥମ କରି ବାଙ୍କୀ ରେ ଗଡ଼ିଲା ୩ ଗୋଟି ରଥ ! ମହିଳା ମାନଙ୍କ ଦ୍ୱାରା ଭିଡାଗଲା ମା ସୁଭଦ୍ରା ଙ୍କ ରଥ ! ଚଳିତ ବର୍ଷ ପବିତ୍ର ଘୋଷ ଯାତ୍ରା ରେ ବାଙ୍କୀ ସହର ରେ ପ୍ରଥମ କରି ଗଡ଼ିଲା ୩ ଗୋଟି ରଥ ! ମା ସୁଭଦ୍ରା ରଥ ଭିଡ଼ିଲେ କେବଳ ମହିଳା ! ରଥ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା , ଭିଡ଼ କୁ ନିୟନ୍ତ୍ରଣ ରଖିବା ପାଇଁ ବାଙ୍କୀ ପ୍ରଶାସନ ଓ ପୋଲିସ ବାହିନୀ ସହିତ ରଥ କମିଟି ପକ୍ଷରୁ କରାଯାଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା ! ମା ଚର୍ଚ୍ଚିକା ଙ୍କ ପୀଠ ଠାରୁ ଅପରାହ୍ନ ରେ ୩ ଠାକୁର ଙ୍କ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇ ଛେରାପହଁରା ପରେ ୩ ରଥ ବାହାରି ବାଙ୍କୀ ସହର ଦେଇ କଚେରୀ ସ୍ଥିତ ମାଉସୀ ମା ମନ୍ଦିର ଠାରେ ପହଁଚିଥିଲା ! ସେଠା ରେ ପୂଜା ପଣ୍ଡା ଙ୍କ ଦ୍ୱାରା ସଂଧ୍ୟା ଆଳତୀ ର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା !

LEAVE A REPLY

Please enter your comment!
Please enter your name here