ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡ଼ି ଠାରେ ଆଜି ଠାକୁରଙ୍କର କଳକ୍କି ଅବତାର ଦେଖିବା ସକାଶେ ଭକ୍ତମାନଙ୍କ ସୁଅ ଛୁଟୁ ଥିବାର ଦେଖିବାକୁ ମିଳିଛି।ପାଗ ଆଜି ଅନୁକୂଳ ଥିବାରୁ ଆଖପାଖ ଗ୍ରାମ, ପୁରପଲ୍ଲୀରୁ ବହୁତ ଭକ୍ତଙ୍କ ସମାଗମ ହେଉଛି।ଏହି ଦଶ ଦିନ ଠାକୁରଙ୍କୁ ଦର୍ଶନ କଲେ ପୁଣ୍ୟ ମିଳେ ବୋଲି ଭକ୍ତଙ୍କ ଆଶା ଓ ବିଶ୍ୱାସ ରହିଛି।ତେଣୁ ଠାକୁରଙ୍କ ଦଶ ଅବତାର ଦର୍ଶନ କରିବା ସକାଶେ ପଡୋଶୀ ଆନ୍ଧ୍ରପ୍ରଦେଶରୁ ମଧ୍ୟ ଭକ୍ତଙ୍କ ସମାଗମ ହୋଇଥାଏ।ଭକ୍ତ ମାନେ ନଡିଆ କଦଳୀ ଫୁଲ ତୁଳସୀ ଧରି ଠାକୁରଙ୍କ ପୂଜାର୍ଚ୍ଚନା କରି ଦର୍ଶନ କରିଥାନ୍ତି ଓ ମହା ପ୍ରଭୁଙ୍କ ଆଶୀର୍ବାଦ ନେଇଥାନ୍ତି।ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତୀ ଦେଖିବା ପାଇଁ ଭକ୍ତଙ୍କ ସୁଅ ଛୁଟୁଛି। ରଥଯାତ୍ରା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁପରିଚାଳନା ସକାଶେ ପଦକ୍ଷେପ ନିଆଯାଇଛି।ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ପୋଲିସ ମୃତୟନ କରାଯାଇଛି ଗୁଣ୍ଡିଚା ବାଡି ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।।
ଠାକୁରଙ୍କ କଳ୍ଳକି ଅବତାରରେ ଦର୍ଶନ କଲେ ଭକ୍ତ !!!

