କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ମୃତ୍ୟୁ ଶଯ୍ୟାରେ ଏବେ ମହାନଦୀ, ମହାନଦୀ ପାଣିକୁ ନେଇ ଥମୁନି ରାଜନୀତି ! ଏନଜିଟିରେ ଝୁଲିଛି ମାମଲା, ମାତ୍ର ଆତ୍ମ ପ୍ରଚାର ପାଇଁ ଚାଲିଛି ଜୋରଦାର ମୁକାବିଲା ! ଲୋକ ଦେଖାଣିଆ ଟଣା ଓଟରା , ହେଲେ ଭିତରେ ରହିଛି ସଲାସୁତୁରା ! ବାସ୍ତବିକ ପ୍ରସଙ୍ଗକୁ ସମସ୍ତଙ୍କ ଅଣଦେଖା, ହୋମ ଆଳତି କରି ଗଣମାଧ୍ୟମରେ ମୁହଁ ଦେଖା ! ଏଭଳି କାର୍ଯ୍ୟ ପଛର ଉଦ୍ଦେଶ୍ୟ କଣ, ମହାନଦୀ ସୁରକ୍ଷା ନା ଆତ୍ମ ପ୍ରଚାର ? ଦୀର୍ଘ ଦିନ ଧରି ମହାନଦୀ ବିବାଦ ଲାଗି ରହିଥିଲେ ମଧ୍ୟ ଏଥିରେ ସେଭଳି ଫରକ ଦେଖିବାକୁ ମିଳୁନାହିଁ । ଗୋଟିଏ ପଟେ ମାନ୍ୟବର ହାଇକୋର୍ଟ ଓ ଏନଜିଟି ନିର୍ଦ୍ଦେଶକୁ ଅନେକ ସ୍ଥାନରେ ଅଣଦେଖା କରାଯାଉଥିବା ବେଳେ ଅନ୍ୟପଟେ ମହାନଦୀ ବଞ୍ଚାଅ ଆନ୍ଦୋଳନ ବର୍ତ୍ତମାନ ମହାନଦୀ ପୂଜନରେ ପରିଣତ ହୋଇଛି । ଯାହାକୁ ନେଇ ନଦୀ ସୁରକ୍ଷା ଉପରେ ପ୍ରଶ୍ନ ଉଠିବା ସହ ବିଭିନ୍ନ ମହଲରେ ଏହାକୁ ରାଜନୀତି ବୋଲି କୁହାଯାଉଛି ।
ମୃତ୍ୟୁ ଶଯ୍ୟାରେ ମହାନଦୀ : ଥମୁନି ରାଜନୀତି !!!

