ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : 1986 ମସିହା ବ୍ୟାଚ ଛାତ୍ରଙ୍କ ପକ୍ଷରୁ ପାରଳାଖେମୁଣ୍ଡିର ବରିଷ୍ଠ ଆଇନଜୀବୀ କୃଷ୍ଣ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର 1986 ଦଶମ ଶ୍ରେଣୀ ବ୍ୟାଚର ଛାତ୍ରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କୃଷ୍ଣ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ବରିଷ୍ଠ ଆଇନଜୀବୀ କୃଷ୍ଣ ପଟ୍ଟନାୟକଙ୍କ ଅକାଳ ବିୟୋଗରେ ପାରଳାଖେମୁଣ୍ଡି ସହରରେ ଶୋକର ଛାୟା ଖେଳିଯାଇଛି । ଆଇନଜୀବୀ ପଟ୍ଟନାୟକ ନିଜ କାର୍ଯ୍ୟ ଜୀବନରେ ଆଇନରେ ସୁସ୍ପଷ୍ଟ ଦକ୍ଷତା ଦେଖାଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ବିୟୋଗ ଖବର ପାଇ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ସମସ୍ତେ । ଏହି କାର୍ଯ୍ୟକ୍ରମରେ ଆଇନଜୀବୀ କୃଷ୍ଣ ପଟ୍ଟନାୟକଙ୍କ ଅମର ଆତ୍ମାର ସଦଗତି ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ମୃତିଚାରଣ କରିଛନ୍ତି ।