ନୟାଗଡ଼ ଜିଲ୍ଲାପାଳ ଙ୍କ ସଦଭାବନା ସଭା ଗୃହରେ ରାଜସ୍ବ ଅଧିକାରୀ ମାନଙ୍କ ବୈଠକ !!!

0
49
Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ନୟାଗଡ଼ ଜିଲ୍ଲାପାଳ ଙ୍କ ସଦଭାବନା ସଭା ଗୃହରେ ରାଜସ୍ବ ଅଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ । ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ , ଅତିରିକ୍ତ ଜିଲ୍ଲାପାଳ , ଉପ ଜିଲ୍ଲାପାଳ, ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା ର ରାଜସ୍ୱ ମାମଲା ଗୁଡିକର ମାସିକ ପ୍ରଗତି ବିବରଣୀ ଉପରେ ଆଲୋକପାତ କରାଯାଇଥିଲା । ଏହା ସହିତ ORTPS Act , ବସୁନ୍ଧରା ଯୋଜନା ର ଅଗ୍ରଗତି, ରାଜସ୍ବ ଆଦାୟ, OPLE, ମ୍ୟୁଟେସନ , ଏକ୍ସ ଗ୍ରାଟିଆ , ପେନସନ କେୟାର ଇତ୍ୟାଦି ବିଷୟରେ ସାମୁହିକ ଆଲୋଚନା କରାଯାଇଥିଲା । ସମସ୍ତ ରାଜସ୍ବ ଅଧିକାରୀ ମାନେ ସମୟବର୍ତ୍ତି ହୋଇ ସମସ୍ତ କାର୍ଯ୍ୟ ରେ ତତ୍ପରତା ପ୍ରକାଶ କରିବାପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ବୈଠକର ପରିଚାଳନା PPT ମାଧ୍ୟମରେ ହୋଇଥିଲା ।

LEAVE A REPLY

Please enter your comment!
Please enter your name here