କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ଏବଂ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜିତ ! ମହାନଦୀରେ ହାତୀ ଫସି ରହିବା ପରେ ଖବର ସଂଗ୍ରହ ସମୟରେ ଘଟିଥିଲା ଅଘଟଣ ! ଓଟିଭି ର ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଓଡ୍ରାଫ ଟିମ ର ଯବାନ ସୀତାରାମ ମୁର୍ମୁ ମୃତ୍ୟୁ ବରଣ କରିଥିଲେ ! ତେବେ ମହାନଦୀରେ ଓଡ୍ରାଫ ଟିମ ର ବୋଟ ବୁଡିଯିବା ପରେ ଯେଉଁ ସାହସୀ ଯୁବକ ନିଜର ଦେଶୀ ଡଙ୍ଗା ଧରି ମହାନଦୀରୁ ସାମ୍ବାଦିକ ଅରିନ୍ଦମ ଏବଂ ଅନ୍ୟ ଜଣଙ୍କୁ ଉଦ୍ଧାର କରିଥିଲେ ସେ ହେଉଛନ୍ତି ସାନ ମୁଣ୍ଡଳୀ ବାସିନ୍ଦା ମାନସ ବେହେରା ! ନଦୀରୁ ଉଦ୍ଧାର ହୋଇଥିଲେ ସୁଦ୍ଧା ଜୀବନ ହାରିଥିଲେ ଅରିନ୍ଦମ ଏବଂ ସୀତାରାମ ମୁର୍ମୁ ! ତେବେ ସେମାନଙ୍କ ସ୍ମୃତିକୁ ଭୁଲି ପାରି ନାହାନ୍ତି ମାନସ ! ବଳରାମପୁର ସର୍ପେଶ୍ୱର ମନ୍ଦିର ପରିସରରେ ମାନସ ଆୟୋଜନ କରିଥିଲେ ଶ୍ରଦ୍ଧାଞ୍ଜଳୀ ସଭା ! ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ଅର୍ଗସ ଟିଭିର ଏକଜେକ୍ୟୁଟିଭ ଏଡିଟର ଦୂର୍ଗାଶିଷ , ସାମାଜିକ କର୍ମୀ ନଳିନୀ ରାୟ , ପପୁ ପାତ୍ର , ବିଭୁତି ସାମଲ , ପ୍ରଭାକର ସାହୁ , ରାଜେଶ କୁମାର ଡୋରା , ମାନବାଧିକାର କର୍ମୀ ପ୍ରିୟମ୍ବଦା ନାୟକ , ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ରାଜ୍ୟ ସଭାପତି ସତ୍ୟବ୍ରତ ଦାଶ ପ୍ରମୂଖ ଅତିଥି ଭାବରେ ଯୋଗଦାନ କରିଥିଲେ ! ଦିବଂଗତ ଦୁଇ ଅମର ଆତ୍ମାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ ପରେ ଶ୍ରଦ୍ଧାଞ୍ଜଳୀ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ! କଟକ , ଆଠଗଡ , ବାଙ୍କୀ , ଡମପଡା , ବଡମ୍ବା , ନରସିଂହପୁର , ଚୌଦ୍ୱାର ଏବଂ କଳାପଥର ଅଂଚଳର ପ୍ରାୟ ଏକ ଶହ କାର୍ଯ୍ୟରତ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା !