ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡି ଗ୍ରାମରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି କେ ନାରାୟଣ ରାଓ, ପୂର୍ବତନ ସରପଞ୍ଚ ସୁନୀଲ ମହାପାତ୍ର, ମହେନ୍ଦ୍ର ବରାଡ଼, ମନୋରଞ୍ଜନ ନାୟକ, ଦୀନବନ୍ଧୁ ସାମଲ,ରାଧା ଗୋବିନ୍ଦ ସାହୁ, ଇ ଚନ୍ଦ୍ର ଶେଖର, ଏ ସୀମାଦ୍ରୀ, ଏସ ଲକ୍ଷ୍ମୀ ନାରାୟଣ ପ୍ରମୁଖ ଉପସ୍ଥିତ ରହି କିପରି ବିଜେପିର ସଦସ୍ୟତା ଗ୍ରହଣ କରିପାରିବ ତା ଉପରେ ଜନ ସାଧାରଣଙ୍କୁ ଓ ଆଗ୍ରହ ପ୍ରକାଶ କରିଥିବା ଲୋକଙ୍କୁ ବୁଝାଇଥିଲେ । ଜନ ସାଧାରଣ କିପରି ସଦସ୍ୟତା ଗ୍ରହଣ କରିବେ ତା ଉପରେ ଆଲୋଚନା ହୋଇଥିଲା । ଏହିପରି ଅଭିଯାନ ବିଭିନ୍ନ ଗ୍ରାମ ଓ ପଞ୍ଚାୟତରେ ଆରମ୍ଭ ହୋଇଥିବାର ଜଣାପଡ଼ିଛି ।