ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା : ସେବା ପାଉ ନାହାନ୍ତି ଗର୍ଭବତୀ ମହିଳା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନିରାପଦ ପ୍ରସବ ପାଇଁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ରେ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାଇ ପ୍ରତେକ ସରକାରୀ ଡାକ୍ତରଖାନା ରେ ଗର୍ଭବତୀ ମହିଳା ମାନଙ୍କୁ ପ୍ରତି ମାସର ୯ ତାରିଖରେ ସରକାରୀ ଡାକ୍ତରଖାନା ମାନଙ୍କ ରେ ମାଗଣାରେ ସ୍ଵେଛାକୃତ ଭାବେ ବିଶେଷଜ୍ଞ ପରାମର୍ଶ,ରକ୍ତ ଓ ପରିସ୍ରା ପରୀକ୍ଷା, ଅଲଟ୍ରାସାଉଣ୍ଡ, ଟୀକାକାରଣ ପ୍ରଭୃତି ବ୍ୟବସ୍ଥା କରାଯାଇଛି. କିନ୍ତୁ ବାଣପୁର ବ୍ଲକ ର ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଗର୍ଭବତୀ ମାନଙ୍କ ପାଇଁ ନ୍ୟୁନତମ ସେବା ର ବ୍ୟତିକ୍ରମ ପରିଲିକ୍ଷିତ ହେଉଛି. ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୬ ଟି ପଞ୍ଚାୟତର ରୋଗୀ ନିର୍ଭର କରିଥାନ୍ତି I ଦୈନିକ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସହ ସହ ରୋଗୀ ଚିକିତ୍ସାପାଇଁ ଆସିଥାନ୍ତି I ସକାଳ ୭ ଟାରୁ ଗର୍ଭବତୀ ମହିଳା ମା “ମାନେ ଚିକିତ୍ସାପାଇଁ ଲମ୍ବା ଧାଡିରେ ଠିଆ ହୋଇ ରହିଥିବାବେଳେ ଉକ୍ତ ସ୍ଥାନରେ ପଙ୍ଖା ଥାଇ ମଧ୍ୟ ବୁଲୁନଥିବାରୁ ଅସହ୍ୟ ଗରମରେ ଜଣେ ଗର୍ଭବତୀ ମହିଳା ଚେତା ଶୂନ୍ୟ ହୋଇ ପଡିଯାଇଥିଲେ I ତେବେ ସେଠାରେ କାର୍ଯ୍ୟରତ ଥିବା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଏବଂ କିଛି କର୍ମଚାରୀ ମିଶି ଚେତା ଫେରାଇ ଆଣିଥିବI ଦେଖିବାକୁ ମିଳିଥିଲା, ଡାକ୍ତରଖାନା ରେ ଜେନେରେଟର ଥାଇ ସୁଦ୍ଧା ବିଦ୍ୟୁତ କାଟ ପରିସ୍ଥିତି ରେ ଗର୍ଭବତୀ ମାନଙ୍କ ପାଇଁ ଅସହ୍ୟ ଗୁଳୁଗୁଳିରେ ବିନା ପଙ୍ଖା ରେ ହନ୍ତସନ୍ତ କରା ଯାଉଛି ତାହା କାହା ସ୍ୱାର୍ଥ ରେ ବୋଲି ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ।

ଏଭଳି ଘଟଣା ରେ ଡାକ୍ତର ଖାନାକୁ ଆସିଥିବା ଗର୍ଭବତୀ ମହିଳା ମା “ଙ୍କ ଅଭିଭାବକ ମାନେ ଗଣମାଧ୍ୟମ ଆଗରେ ଅସନ୍ତୋଷ ପ୍ରକାଶ କରିଛନ୍ତି I ଉକ୍ତ ସ୍ଥାନରେ ପିଇବା ପାଣିର ବ୍ୟବସ୍ତା ନଥିଲା ଏବଂ ବିଦୂତ ଚାଲିଯିବାରେ ଉକ୍ତ ପଙ୍ଖା ବନ୍ଦ ହୋଇଯିବାରୁ ରୋଗୀଙ୍କର ଏଭଳି ଅବସ୍ଥା ହୋଇଥିବା ଅଭିଯୋଗ ଆଣିଛନ୍ତି, ଉକ୍ତ ପି ଏମ ଏସ ଏମ ଏ ଯୋଜନା ରେ ଗର୍ଭବତୀ ମହିଳାଙ୍କ ପାଇଁ ୧୧୦ ଟଙ୍କା ମୂଲ୍ୟରେ ସୁଷମ ଖାଦ୍ୟ ଦେବା ପାଇଁ ସରକାରୀ ବ୍ୟବସ୍ଥା ଥିଲା ବେଳେ ଗମ୍ଭାରୀମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ରେ ମାତ୍ର ୯୦ ଟଙ୍କା ମୂଲ୍ୟର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ଆସିଛି । ଏପରିକି ଉକ୍ତ ଖାଦ୍ୟ କୁ ସରକାର ନିଷିଦ୍ଧ କରିଥିବା କଳା ରଙ୍ଗର ପଲିଥିନରେ ସେହି ଖାଦ୍ୟକୁ ମହିଳା ମାନଙ୍କୁ ଦିଆଯାଇଛି I ଏହିପରିପେକ୍ଷୀରେ ମେଡିକାଲ ଇନଚାର୍ଜ ଡା,ରମାକାନ୍ତ ନାୟକଙ୍କୁ ପ୍ରତିକ୍ରିୟା ନେବାରେ ସେ କୁହନ୍ତି ମୁଁ ଏଠାକୁ ୧ ମାସ ହେଲା ଆସିଛି କିନ୍ତୁ ମୁଁ ଏବେ ଅବଗତ ହେଲି ପଙ୍ଖା ବୁଲୁନାହିଁ ଏବଂ ଜେନେରେଟର ଖରାପ ଅଛି ବୋଲି, ଆଗକୁ ତାହା ଠିକ କରିବି.ସେହିପରି ଡାକ୍ତର ବନଜା ଶତପଥି କହିଲେ ଯେ ବାଣପୁର ମା ତାରିଣୀ ଏସ ଏସ ଜି ଗ୍ରୁପ ଏହି ଖାଦ୍ୟ ଯୋଗାଇବା ପାଇଁ ଦାୟିତ୍ୱ ନେଇଛନ୍ତି. ସେମାନେ ଖାଦ୍ୟ କୁ ପ୍ୟାକେଟ ରେ ଦେବା କଥା କିନ୍ତୁ ସେମାନେ କଳା ପଲିଥିନ ରେ ଦେଉଥିବା ରୁ ଆମ୍ଭର ମାସିକ ସମୀକ୍ଷା ବୈଠକ ରେ ଏହି କଥା ଉଠାଇଛି. ଭବିଷ୍ୟତ ରେ ଏହା ପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ।।

Leave a Reply

Your email address will not be published. Required fields are marked *