ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା 0ପାରଳାଖେମୁଣ୍ଡି ସ୍ଥିତ ଗୋପିନି ସାହିରେ ଥିବା ଶ୍ରୀ ଗୋପୀନାଥ ଗ୍ରାଣ୍ଡ କଲ୍ୟାଣ ମଣ୍ଡପ ପରିସରରେ ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ଏହି ପାରାୟଣ ଓ ପ୍ରବଚନ ଜ୍ଞାନ ଯଜ୍ଞ କାର୍ଯ୍ୟକ୍ରମ ତା:- ୨୦/୦୯/୨୦୨୬ ଠାରୁ ଆରମ୍ଭ ହୋଇ ୨୬/୦୯/୨୦୨୬ ପର୍ଯ୍ୟନ୍ତ ଏହି ଧାର୍ମିକ କାର୍ଯ୍ୟକ୍ରମ ଜାରି ରହିଛି। ଏହି ଅବସରରେ କଥାବ୍ୟାସ ରୂପେ ନବଦ୍ବୀପ ରୁ ଆସିଥିବା ବାବା ଶ୍ରୀ ଅନନ୍ତ ଦାସଜୀ ମହାରାଜ ଭକ୍ତମାନଙ୍କୁ ଶ୍ରୀମଦ୍ ଭାଗବତ କଥା ଓ ପ୍ରବଚନ ପ୍ରଦାନ କରୁଛନ୍ତି । ପ୍ରତ୍ୟେକ ଦିନ ଅପରାହ୍ନ ୪ଟାରୁ ରାତ୍ରି ୮ଟା ପର୍ଯ୍ୟନ୍ତ ଏହି ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।କାର୍ଯ୍ୟକ୍ରମର ଶୁଭାଧୀବାସ ୧୯ ସେପମ୍ବର ୨୦୨୬, ଶନିବାର ସନ୍ଧ୍ୟା ୫ଟାରେ ହୋଇଯାଇଛି । ପ୍ରଥମ ଦିବସରେ ଅତିଥ୍ ଭାବେ ସ୍ଥାନୀୟ ଦେବୀ ମଠର ମହନ୍ତ ଶ୍ରୀ ରାମାନନ୍ଦ ଦାସଜୀ ଯୋଗ ଦେଇଥିଲେ । ଏହା ପରେ ଶ୍ରୀମଦ୍ ଭାଗବତର ମୂଳପାଠ ପାରାୟଣ ସହ ଓଡ଼ିଆ ଭାଷାରେ ପ୍ରବଚନ ଅନୁଷ୍ଠିତ ହେଉଛି।ଆୟୋଜକଙ୍କ ପକ୍ଷରୁ ଭାଗବତ କଥାପ୍ରେମୀ ଭକ୍ତମାନଙ୍କୁ ଅଧିକ ସଂଖ୍ୟାରେ ଯୋଗଦେଇ ଶ୍ରୀମଦ୍ ଭାଗବତର ଅମୃତମୟ ବାଣୀ ଶ୍ରବଣ କରିବା ସହ ଆଧ୍ଯାମ୍ବିକ ଜ୍ଞାନ ଲାଭ କରୁଛନ୍ତି।ବୃନ୍ଦାବନ ଶ୍ରୀଧାମରୁ ଆସିଥିବା ସାଧୁ ଶ୍ରୀ ଯଶୋଦା ନନ୍ଦନ ଦାସଜୀ ମହାରାଜ ଆୟୋଜନ କରିଥିବା ଜଣାପଡିଛି।ଏହି ପ୍ରବଚନ କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁ ଯୋଗ ଦେଇ ଭକ୍ତି ରସାମୃତ ବାଣୀକୁ ଶ୍ରବଣ କରୁଛନ୍ତି।
ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ ଜ୍ଞାନ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

