ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ନାମନାଗଡ ରାସ୍ତା ଅବସ୍ଥା ଶୋଚନୀୟ , ପରିଦର୍ଶନ ସହ ନିର୍ମାଣ ପାଇଁ ପ୍ରତିଶୃତି ଦେଲେ ପାରଳାଖେମୁଣ୍ଡି ବିଧାୟକ ! ପାରଳାଖେମୁଣ୍ଡି – ନାମନାଗଡ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଥିବା ଖବର ପାଇ ଘଟଣାସ୍ଥଳ ପରିଦର୍ଶନ କଲେ ବିଧାୟକ ! ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଡ଼କାଇ ଲୋକଙ୍କ ଦାବି ମୁତାବକ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବା ସହ ପ୍ରଶାସନ ସହ ଆଲୋଚନା କରି କାର୍ଯ୍ୟ କରିବାକୁ ଦେଲେ ପ୍ରତିଶ୍ରୁତି ! ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ଙ୍କ ଏପରି ପଦକ୍ଷେପକୁ ସାଧାରଣ ଲୋକେ ତାରିଫ କରିଛନ୍ତି l ସୁଚନା ମୁତାବକ ଦିର୍ଘ ଦିନ ହେଲା ରାସ୍ତା ଖରାପ ଥିବା ବେଳେ ବର୍ଷା ରୁତୁରେ ଯାତାୟତ ସମ୍ପୃର୍ଣ୍ଣ ବାଧାପ୍ରାପ୍ତ ହେଉଛି l ଜନସାଧାରଣଙ୍କ ଅଭିଯୋଗ ପାଇ ସ୍ଥାନୀୟ ବିଧାୟକ , ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା କରି ତୁରନ୍ତ ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ଦେଇଛନ୍ତି l