ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ସାଲେପୁର ରେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ – କଟକ ଜିଲ୍ଲା ଶାଖାର ସାଙ୍ଗଠନିକ ବୈଠକ ! କଟକ ଜିଲ୍ଲା ସାଲେପୁର , ମାହାଙ୍ଗା , ନେମାଳ ଏବଂ ଡିଜିଟାଲ ମିଡ଼ିଆ ରେ କାର୍ଯ୍ୟ କରୁଥିବା ସାମ୍ବାଦିକ ମାନଙ୍କର ସମ୍ମାନ ସୁରକ୍ଷା ଏବଂ ଅଧିକାର ର ଲଢେଇ ଜାରି ରଖିଥିବା ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ରାଜ୍ୟ ବ୍ୟାପି ସାଙ୍ଗଠନିକ କାର୍ଯ୍ୟକ୍ରମ ହାତକୁ ନେଇଥିବା ସମୟରେ କଟକ ଜିଲ୍ଲାରେ ଜାରି ରହିଛି ମାରାଥନ ବୈଠକ ! ପ୍ରଥମେ ବାଙ୍କୀ ମା ଚର୍ଚ୍ଚିକା ପୀଠ ରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ , ପରେ କଟକ ସଦର ମହକୁମା ଏବଂ ଆଜି ସାଲେପୁର ରେ ସଫଳ ଭାବରେ ଆୟୋଜିତ ହୋଇଛି ! ମହାସଂଘ ସଂଗଠନ ସମ୍ପାଦକ ଅକ୍ଷୟ ଚାନ୍ଦ ଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ରାଜ୍ୟ ସଭାପତି ସତ୍ୟବ୍ରତ ଦାଶ , କୋଷାଧ୍ୟକ୍ଷ ଅଶ୍ରୁମୋଚନ ନାୟକ , ରାଜ୍ୟ ମିଡ଼ିଆ ସଂଯୋଜକ ବର୍ଷା ଦାସ , ଜଏଣ୍ଟ ସେକ୍ରେଟାରୀ ପ୍ରସନ୍ନ ଦାସ , ଉପ ସଭାପତି ଶଙ୍କର୍ଷଣ ମହାପାତ୍ର ପ୍ରମୂଖ ଯୋଗ ଦେଇଥିଲେ !
ଏ ମଧ୍ୟରେ କଟକ ଜିଲ୍ଲାର ପ୍ରାୟ ଦଶ ଗୋଟି ବ୍ଲକ ରେ ସାଙ୍ଗଠନିକ ବୈଠକ ସମାପ୍ତ ହୋଇଥିବା ସମୟରେ ଆଗାମୀ ଦିନରେ ଅବଶିଷ୍ଟ ବ୍ଲକ ରେ ବୈଠକ ଆୟୋଜନ ପାଇଁ ଯୋଜନା ଥିବା କଥା କହିଛନ୍ତି ସଂଗଠନ ସମ୍ପାଦକ ଅକ୍ଷୟ ଚାନ୍ଦ ! ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଆଇନଜୀବୀ ସୁରେଶ କୁମାର ପଣ୍ଡା , ସ୍ମୃତି ରଞ୍ଜନ ରାଉତ , ସନାତନ ଧର୍ମ ପ୍ରଚାରକ ଶ୍ରୀନିବାସ ନାୟକ , ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ମହାପାତ୍ର ପ୍ରମୂଖ ଉପସ୍ଥିତ ରହି ଆଲୋଚ୍ୟ ବିଷୟ – ଜନ ସଚେତନତାରେ ଡିଜିଟାଲ ମିଡ଼ିଆ ର ଭୂମିକା ଉପରେ ଆଲୋଚନା କରିଥିଲେ ! ଡିଜିଟାଲ ମିଡ଼ିଆ ସଦସ୍ୟ ତଥା ସଂଗଠକ ପ୍ରସନ୍ନ ମହାପାତ୍ର , ଜଗବନ୍ଧୁ ମଲ୍ଲିକ , ଅମିୟ ସ୍ୱାଇଁ ଏବଂ ମହେଶ୍ବର ବେହେରା ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚଳନା କରିଥିଲେ ! ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ଆଗାମୀ ଦିନରେ ଦାବୀ ହାସଲ ପାଇଁ ରାଜଧାନୀ ଲୋୟର ପିଏମଜି ରେ ଶକ୍ତି ପ୍ରଦର୍ଶନ କରିବ ବୋଲି ସୂଚନା ମିଳିଛି !