ଭଦ୍ରକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲା ବାବଲପୁର ସ୍ଥିତ ଭାରତର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନର ରିଲିଫ୍ ବଣ୍ଟନ ଏବଂ କରୋନା ମହାମାରୀ ବିଷୟରେ ସଚେତନତା କାର୍ଯ୍ୟକ୍ରମ ନିରବଛିନ୍ନ ଭାବରେ ଜାରି ରହିଛି । ଚଳିତ ସପ୍ତାହରେ ଫାଉଣ୍ଡେସନ ପକ୍ଷରୁ ସଚେତନତା ଏବଂ ସାନିଟାଇଜିଂ କାର୍ଯ୍ୟକ୍ରମ ୫୫୧ତମ ଦିବସରୁ ୫୫୩ତମ ଦିବସ ପର୍ଯ୍ୟନ୍ତ ତିନି ଦିନ ଧରି ଓଡ଼ିଶାର ଭଦ୍ରକ ଜିଲ୍ଲାରେ କରାଯାଇଥିଲା । ଚିନ୍ମୟ ଫାଉଣ୍ଡେସନର ସଦସ୍ୟମାନେ ବିଭିନ୍ନ ସ୍ଥାନ ବୁଲି ବୁଲି କରୋନା ସଚେତନତା ସୃଷ୍ଟି କରିଥିବା ବେଳେ, ଭଦ୍ରକ ଜିଲ୍ଲାର ସଦସ୍ୟ ମାନଙ୍କୁ ନେଇ କରୋନା କବଳରୁ ସୁରକ୍ଷା ପାଇଁ ମାସ୍କ, ଓ.ଆର.ଏସ, ସାବୁନ, ସାନିଟାଇଜର, ହ୍ୟାଣ୍ଡ ଗ୍ଲୋଭସ୍ ଇତ୍ୟାଦି ବଣ୍ଟନ କରାଯାଇ ଥିବାର ଦେଖିବାକୁ ମିଳିଛି । ବିଶେଷ କରି ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗରିବ, ଅସହାୟ,ପାଗଳା ପାଗିଳି, ବସ୍ତି ବାସିନ୍ଦା ଏବଂ ବସଷ୍ଟାଣ୍ଡ, ରାସ୍ତାକଡ଼ ଓ ରେଲୱେ ପ୍ଲାଟଫର୍ମରେ ଜୀବନ କାଟୁଥିବା ଅଭାବୀ ଲୋକମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ,ରାସନ ସାମଗ୍ରୀ, ମାକ୍ସ,ସାବୁନ,ସାନିଟାଇଜର, ଓ.ଆର.ଏସ, ପୋଷାକ ସହିତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଏହି କାର୍ଯ୍ୟକ୍ରମକୁ ଚିନ୍ମୟ ଫାଉଣ୍ଡେସନର ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ମାଷ୍ଟର ମିହିର କୁମାର, ଶ୍ରୀମତୀ ମଧୁସ୍ମିତା ନାୟକ, ତୁଳସୀ ମଲ୍ଲିକ ଆଦି ପରିଚାଳନା କରୁଛନ୍ତି ।
୫୫୩ ଦିନରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଏବଂ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

