ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଲଘୁଚାପ ଜନିତ ଲଗାଣ ବର୍ଷାରେ ମହାନଦୀରେ ବନ୍ୟା ଜଳ ପ୍ରବେଶ କରିଛି | ବାଙ୍କୀର ଉଭୟ ସୁଖ ଆଉ ଦୁଃଖ ହେଉଛି ମହାନଦୀ | ମୋସୁମୀର ବିଳମ୍ବ ପାଇଁ ଚାଷୀ ପାଣି ପାଇଁ ବିକଳ ହେଉଥିଲା | ଏବେ ଵି ଅନିୟମିତତା ବର୍ଷା ଚାଲିଛି | ବିଳମ୍ବରେ ହେଉ ପଛେ ବିଭିନ୍ନ ପନି ପରିବା ଲଗେଇବା ସାଙ୍ଗକୁ ସାରଦ ଧାନର ରୁଆ ପୋଟା ହଳ ଲଙ୍ଗଳ ଚାଲିଛି ! ତାଳବସ୍ତ ରଣ ସେତୁର ମହାନଦୀ ଶାଖାରେ ବନ୍ୟା ଜଳ ପ୍ରବେଶ ଚାଷୀ କୂଳକୁ ହତାଶ କରିଛି | ତାଳବସ୍ତ, ବିଲିପଡା, ଅରପୁର, ଦୁଲଣାପୁର, ଶିମିଳିପୁର, କରବର, କୁସୁପଙ୍ଗୀ ଚାଷୀଙ୍କୁ ବାଙ୍କୀର ପ୍ରଥମ ବନ୍ୟା ଜଳ ଜଲ୍ଦି ନ ଛିଡ଼ିଲେ ବହୁତ ପ୍ରଭାବ ପକେଇବ | ଏଥିପ୍ରତି ବାଙ୍କୀ ପ୍ରଶାସନ ଓ କୃଷି ବିଭାଗ ଚାଷୀଙ୍କ ପରବର୍ତ୍ତୀ କ୍ଷତି ପୂରଣ ଭରଣା ପାଇଁ ଏବେଠୁ ସଜାଗ ଓ ସଚେତନ ରହିବା ଦରକାର |
ତାଳବସ୍ତ ରେ ପ୍ରଥମ ବନ୍ୟା ଜଳ ପ୍ରବେଶ : ଚିନ୍ତାରେ ଚାଷୀ !!!

