ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ମା ଚର୍ଚ୍ଚିକା ଉନ୍ନତିକରଣ କାମରେ ଅହେତୁକ ବିଳମ୍ବ , ଶ୍ରଦ୍ଧାଳୁ ଓ ସେବାୟତଙ୍କ ଅସନ୍ତୋଷ ! ରାଜ୍ୟର ପ୍ରସିଦ୍ଧ ଶକ୍ତିପୀଠ ଆରାଧ୍ୟା ଦେବୀ ମା ଚର୍ଚ୍ଚିକା ମନ୍ଦିର ପରିପାର୍ଶ୍ଵିକ ଉନ୍ନତିକରଣ କାମରେ ପଦ୍ମ ଘୁଂଚି ଘୁଂଚି ଯାଉଛି ! ଅର୍ଦ୍ଧ ନିର୍ମିତ ଏବଂ ଭଗ୍ନ ଅବସ୍ଥାରେ ପଡି ରହିଛି ଅନେକ ସ୍ଥାନ ! ମନ୍ଦିର ଦର୍ଶନ ପାଇଁ ଆସୁଥିବା ଭକ୍ତ ମାନେ , ମନ୍ଦିର ପାର୍ଶ୍ଵରେ ଥିବା ଭଗ୍ନ ଅଂଶ ଦେଖି ଶଙ୍କା କରୁଛନ୍ତି ! ବିଗତ ସରକାର ସମୟରେ ଅନୁଦାନ ମଂଜୁର ହୋଇ କେବଳ ସୂଚନା ଫଳକରେ କାମ ସିମୀତ ଥିଲା , ପରା ରାଜ୍ୟରେ ବିଜେପି ସରକାର ଆସିବା ପରେ କଟକ ସାଂସଦ ତଥା ବିଜେପି ନେତା ଭର୍ତ୍ତୃହରି ମହତାବ ମନ୍ଦିର ପରିଦର୍ଶନରେ ଆସି ଖୁବ ଶୀଘ୍ର କାମ ହେବ ବୋଲି କହିଥିଲେ ! ଏପରିକି ଖୋଦ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମଧ୍ୟ କାମରେ ବିଳମ୍ବ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ କଟକ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପଦକ୍ଷେପ ପାଇଁ ପ୍ରସ୍ତାବ ଦେଇଥିଲେ ! ବାଙ୍କୀ ରେ ଯେଉଁ ଉତ୍ସବ ପଡିଲେ ନେତାଏ ଧାଇଁ ଆସନ୍ତି ମା ଙ୍କ ମନ୍ଦିର କୁ , କାମ ବିଳମ୍ବ ନେଇ ସେବାୟତ କିମ୍ବା ଭକ୍ତ କହିଲେ ଖୁବ ଶୀଘ୍ର ସମାଧାନ ହେବ ବୋଲି ପ୍ରତିଶୃତି ଦିଅନ୍ତି ! ହେଲେ କେବଳ ଗଡି ଚାଲିଛି ସମୟ , କାମ ନେଇଥିବା ଠିକାଦାର – ବାଙ୍କୀ ପ୍ରଶାସନ , କଟକ ଜିଲ୍ଲା ପ୍ରଶାସନ ଏବଂ ବିଧାୟକ ଓ ସାଂସଦ ଙ୍କ ପହଂଚ ବାହାରେ ! କାହା କଥା ଶୁଣୁନାହାନ୍ତି ସମ୍ପୃକ୍ତ ଠିକାଦାର , ମନ୍ଦିର ପାର୍ଶ୍ୱରେ ସୂଚନା ଫଳକ ଲାଗିଛି , କାମ ଅଧାରେ ପଡି ରହିଛି ! ଭକ୍ତ କହୁଛନ୍ତି , ଯଦି ମା ଚର୍ଚିକା ଙ୍କ କାମରେ ଏତେ ଅବ୍ୟବସ୍ଥା , ତେବେ ବାଙ୍କୀ ବାସୀ ଙ୍କୁ ସାହା ଭରସା କିଏ !


