କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବନ ବିଭାଗ ପାଳିଲା ବନ ମହୋତ୍ସବ ! କୋରାପୁଟ ବନ ବିଭାଗ ତରଫରୁ ବନ ମହୋତ୍ସବ ସ୍ଥାନୀୟ ପରବ ପଡିଆ ନିକଟରେ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ , ସାଂସଦ ପ୍ରତିନିଧି , ଜନ ପ୍ରତିନିଧି , ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ , ସାମରିକ ବାହିନୀ ର ନିମନ୍ତ୍ରିତ ଅତିଥି , ବନ କର୍ମଚାରୀଙ୍କ ସମେତ କୋରାପୁଟ ଜିଲ୍ଲା ବନ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ ! ବିଭିନ୍ନ ପ୍ରକାର ଚାରା ଗଛ ଲଗା ଯାଇଥିବା ବେଳେ ଏହି ସବୁ ଗଛ ର ଗୁରୁତ୍ୱ ଉପରେ ସମସ୍ତେ ଆଲୋକପାତ କରିଥିଲେ l ଶେଷରେ ସମସ୍ତେ ଗୋଟେ ଗୋଟେ ଚାରା ଗଛ ଲଗାଇବାକୁ ଉପରିସ୍ଥ ଅଧିକାରୀ ମାନେ ଅନୁରୋଧ କରିଥିଲେ l
କୋରାପୁଟ ବନ ବିଭାଗ ତରଫରୁ ବନ ମହୋତ୍ସବ ପାଳନ !!!

