ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର କେରାଣ୍ଡି ପଞ୍ଚାୟତରେ ଥିବା କେରାଣ୍ଡି ଗ୍ରାମରେ କାର୍ତ୍ତିକ ଶୁକ୍ଳ ଏକାଦଶୀ ବା ବଡ଼ ଏକାଦଶୀ ତିଥିରେ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି।ଗ୍ରାମର ରାଧା ଗୋବିନ୍ଦ ମନ୍ଦିର ସମ୍ମୁଖରେ ଅଷ୍ଟ ପ୍ରହର ନାମ ଯଜ୍ଞ ମହା ଆଡମ୍ବରରେ ପାଳିତ ହୋଇଯାଇଛି।ଅଁଳା ନବମୀରେ ଶୁଭ ଖୁଣ୍ଟି ସ୍ଥାପନ କରି ଦଶମୀ ଦିନ ଅଧିବାସ କରି ଏକାଦଶୀ ସକାଳ 7 ଘଣ୍ଟା ଠାରୁ ଦ୍ଵାଦଶୀ ଦିନ ସକାଳ 7 ଘଣ୍ଟା ପର୍ଯ୍ୟନ୍ତ କୀର୍ତ୍ତନ ମଣ୍ଡଳୀ ଦ୍ବାରା ଅତି ଆନନ୍ଦ ଉଲ୍ଲାସର ସହିତ କୀର୍ତ୍ତନ କରାଯାଉଛି।ଆଖପାଖ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ନାମ ଯଜ୍ଞରେ ଅଂଶ ଗ୍ରହଣ କରିଥିଲେ।ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ଵାରା ହରେ କୃଷ୍ଣ ହରେ ରାମ ନାମରେ ଗ୍ରାମ ପ୍ରକମ୍ପିତ ହେଉଛି।ଏହି କାର୍ଯ୍ୟକ୍ରମକୁ ମନୋରଞ୍ଜନ ନାୟକ, ରାଧାକାନ୍ତ ସାହୁ,ରାଜେନ୍ଦ୍ର ଜେନା, ରବି ବରାଡ଼, ଉଦୟ ସ୍ବାଇଁ ପ୍ରଭୃତି ପରିଚାଳନାରେ ସହଯୋଗ କରିଥିଲେ !
କେରାଣ୍ଡି ଗ୍ରାମରେ କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ !!!

