ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ,ଓଡିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ସହିତ ଜଡିତ ନୟାଗଡ଼ ଜିଲ୍ଲା ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ବିଭିନ୍ନ ଦାବି ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ନୟାଗଡ଼ ପୁର୍ତ ବିଭାଗ ଡାକ ବଙ୍ଗଳା ଠାରୁ ଏକ ବିରାଟ ରାଲି ବାହାରିଥିଲା । ସମସ୍ତ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନେ ବିଭିନ୍ନ ନାରା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି ସଭାପତି ସଞ୍ଜୟ ପଟ୍ଟନାୟକ, ଉପସଭାପତି ଗୌତମ ମହାରଣା, ସାଧାରଣ ସମ୍ପାଦକ ମାନସ ରଞ୍ଜନ ଦାସ, ସମ୍ପାଦକ ଜ୍ୟୋତି ରଞ୍ଜନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହିଥିଲେ । ସୁଚନାନୁସାରେ ଗତ କିଛି ବର୍ଷଧରି ରାଜ୍ୟରେ କିଛି ପ୍ରଶାସକ ଓ ରାଜନେତା ମିଛ ବାଣ୍ଟିବାର ପ୍ରତିଯୋଗୀତା ଚଳାଇ ଆସିଛନ୍ତି । ଏହିମାନେ ଅଳ୍ପ ପଇସାରେ, ହକ ଛଡେଇ ନେଇ ଯୁବବର୍ଗର କର୍ମଚାରୀଙ୍କ ଶ୍ରମ ଶକ୍ତି ଓ କର୍ମ ଶକ୍ତିକୁ ଶୋଷଣ କରି ମୁଖ୍ୟମନ୍ତ୍ରୀଙ୍କ ପାଖରୁ ବାହାବା ନେଉଛନ୍ତି ୨୦୧୮ ମସିହାରେ ଆନ୍ଦୋଳନ ସ୍ଥଳରୁ କର୍ମଚାରୀ ପ୍ରତିନିଧୂ ମର୍ଡଳୀଙ୍କୁ ଡାକି ତତ୍କାଳିନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଆମକୁ ଏକ ଲିଖିତ ପ୍ରତିଶୃତି ଦେଇଥିଲେ ଏକମାସ ମଧ୍ଯରେ ଆମ ଦାବି ବିଷୟରେ ଆଲୋଚନା କରି ସମାଧାନ କରିବେ ବୋଲି ଇତି ମଧ୍ୟରେ ପାଞ୍ଚ ବର୍ଷ ବିତିଗଲା କିଛି ସୁଫଳ ମିଳିଲା ନାହିଁ । ଇତି ମଧ୍ୟରେ ବିଶ୍ବ ମହାମାରୀ କୋଭିଡ ଆକ୍ରମଣରେ ସାରା ବିଶ୍ବ ଆକ୍ରାନ୍ତ ହେଲାବେଳେ ଏହି ଆଉଟ ସୋର୍ସିଙ୍ଗ କର୍ମଚାରୀ ଦିନରାତି ପରିଶ୍ରମ
କରି ଧନ, ଜୀବନ, ରାଷ୍ଟ୍ରୀୟ ସମ୍ପଭିର ସୁରକ୍ଷାରେ ଲିପ୍ତ ଥିଲାବେଳେ ଏହି କର୍ମଚାରୀ ମାନଙ୍କୁ ନିଷ୍ଠୁର ଭାବରେ ଚାକିରିରୁ ଛଟେଇ କଲେ । ଗୃହ ବିଭାଗ ଅତ୍ୟନ୍ତ ଆମାନୁଷିକ ଭାବରେ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ଉପରେ ତା.୧୩.୦୭.୨୦୨୨ ରିଖରେ ଏକ ନିଷେଧାଦେଶ ଜାରିକଲେ । ପାଟି ଖୋଲିଲେ ପ୍ରତିବାଦ କଲେ, ପାନ ରୁ ଚୂନ ଖସିଲେ, ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି ଧମକ, ଛଟେଇ ଓ ନିର୍ଯ୍ୟାତନାର ଚକ୍ରବ୍ୟୁହରେ ଛନ୍ଦି ପେଟରୁ ଦାନା ଛଡେଇ ନେବାର ଯୋଜନା, ଦୀର୍ଘ ବର୍ଷ ସେବା ଯୋଗାଇ ସ୍ଥାୟୀ କର୍ମଚାରିର ମାନ୍ୟତାରୁ ବଞ୍ଚିତ କର୍ମଚାରୀଟିଏ ମାନ୍ୟବର ଉଚ୍ଚ ଅଦଳତର ଆଶ୍ରୟ ନେଲେ, ସମ୍ପୃକ୍ତ କର୍ମଚାରୀ କୁ ଛଟେଇ ଓ ସରକାରୀ ଅର୍ଥରେ ଅଦାଲତି ଯୁଦ୍ଧର ନିଷ୍ପତି କଲେ । ସେମାନଙ୍କୁ ତୁରନ୍ତ ନିୟମିତ କରିବା ପାଇଁ ଦାବି ରଖୁଛନ୍ତି ।
ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ !!!

