ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ। ଯୁବକଙ୍କ ତଣ୍ଟି କାଟି ହତ୍ୟା ପରେ ମୃତଦେହକୁ ନାଳରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଉଛନ୍ତି ଭାଟସାହି ଗ୍ରାମର ବିଜୟ ବେହେରା। ତାଙ୍କ ପିତାଙ୍କ ନାମ ମାଗି ବେହେରା।ଏହି ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଓ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ପଛରେ ପୂର୍ବ ଶତୃତା ରହିଥିବା ସନ୍ଦେହ କରାଯାଉଛି। ତେବେ ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ, ଅଭିଯୁକ୍ତଙ୍କ ପରିଚୟ ଏବଂ ଘଟଣା ସମ୍ପର୍କରେ ପୁଲିସର ତଦନ୍ତ ପରେ ଅଧିକ ତଥ୍ୟ ସ୍ପଷ୍ଠ ହେବ ।
ପୂର୍ବ ଶତ୍ରୁତାରୁ ଗଳା କାଟି ହତ୍ୟା !!!

