ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବିଳମ୍ବିତ ରାତିରେ ବାଙ୍କୀ ର ରାସ୍ତାରେ ରାଜୁତି କରୁଛି ହାଇୱା ! ମହାନଦୀରୁ ବାଲି ବୋଝେଇ କରି ଶତାଧିକ ଗାଡି ଚଳ ପ୍ରଚଳ ହେଉଥିବାରୁ , ସାଧାରଣ ଲୋକଙ୍କର ଯାତାୟାତ ହୋଇଛି ବିପଦସଂଙ୍କୁଳ ! ବାଙ୍କୀ ଅଞ୍ଚଳରେ ମହାନଦୀ ଘାଟରୁ ହେଉଛି ବେଧଡକ ବାଲି ଚୋରା ଚାଲାଣ ! ରାତି ଅଧିଆ ଚୋରା ବାଲି ଚାଲାଣ ହେଉଥିଲେ ବି ତହସିଲଦାର ନିରବ ! ଘାଟ ନିଲାମ ନେଇଥିବା ଲୋକ , ଶାସକ ଦଳର କିଛି ଆଗଧାଡ଼ି ନେତା ଙ୍କର ପାଖ ଲୋକ ହୋଇଥିବାରୁ ବାଙ୍କୀ ପ୍ରଶାସନ ସ୍ଥାଣୁ ପାଲଟିଛି ! ଭାରୀଯାନ ଗୁଡିକୁ ରାସ୍ତାରେ ଏକସର୍ଟ ଯୋଗାଇ ଦେଉଛନ୍ତି ନେତା , ଏପରିକି ମାସିକିଆ ରେଟ ତୁଟାଇ କିଛି ଗଣମାଧ୍ୟମ ପ୍ରତିନିଧି ମଧ୍ୟ ରାତ୍ରୀଚର ପାଲଟିଛନ୍ତି ! କଟକ ସନ୍ନିକଟ ତ୍ରିଶୁଳିଆ ଠାରୁ ଆରମ୍ଭ କରି ବୈଦେଶ୍ଵର ପର୍ଯ୍ୟନ୍ତ ସବୁ ଘାଟରେ ସାହାଣମେଲା ! ରାସ୍ତା ଘାଟ ଅବସ୍ଥା ଖରାପ ଠାରୁ , ଦୁର୍ଘଟଣା ପର୍ଯ୍ୟନ୍ତ ସବୁର ପ୍ରଭାବରେ ବାଙ୍କୀ ବାସୀ ହେଲେଣି ନୟାନ୍ତ !
ମହାନଦୀ ରୁ ହେଉଛି ରାତି ଅଧିଆ ବାଲି ଚାଲାଣ : ନୀରବ ବାଙ୍କୀ ପ୍ରଶାସନ !!!

