ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକ୍ ସଦର ମହକୁମାରେ ସୁଭଦ୍ରା ଯୋଜନା ଶୁଭ ଉଦଘାଟନ ହୋଇଯାଇଛି l ନୟାଗଡ଼ ଷ୍ଟାଡିୟମ୍ ଠାରେ ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ରେ ସୁଭଦ୍ରା ଯୋଜନା ଶୁଭ ଉଦଘାଟନ ହୋଇଯାଇଛି l ସବୁ ଅପେକ୍ଷା ର ହୋଇଛି ଅନ୍ତ l ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି ଙ୍କ ଜନ୍ମ ଦିନରେ ଓଡିଶାର ମା ଭଉଣୀ ଙ୍କୁ ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରି ,ଆତ୍ମନିର୍ଭରଶୀଳ କିପରି ହୋଇ ପାରିବେ, ତାହା ଉପରେ ଗୁରୁତ୍ଵ ଦେଇଥିଲେ l ଆଜି ନୟାଗଡ଼ ଜିଲ୍ଲା ପ୍ରଶାସନ, ପୌରପାଳିକା ଓ ପଞ୍ଚାୟତ ସମିତି ମିଳିତ ସହଯୋଗରେ ସୁଭଦ୍ରା ଯୋଜନା ର ଶୁଭ ଉଦଘାଟନ ହୋଇଯାଇଛି l ନୟାଗଡ଼ ବ୍ଳକର ବ୍ଲକ୍ ଅଧିକାରୀ ଶ୍ରୀଯୁକ୍ତ ପଦ୍ମଚରଣ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ନୟାଗଡ଼ ର ଜିଲ୍ଲପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗରୱାଲ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ପଣ୍ଡା, ଡୁଡl ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୂମନ କୁମାର ବେହେରା ଏବଂ ସିଡିପିଓ ଓ ନୟାଗଡ଼ ପୌରପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅତିଥି ଭାବେ ଯୋଗ ଦେଇଥିଲେ l ମହିଳା ଙ୍କ ସାମୁହିକ ବିକାଶ ପାଇଁ ଏହି ଯୋଜନା ମାଧ୍ୟମରେ ସେବା , ସ୍ଵଚ୍ଛତା ଉପରେ ସମସ୍ତ ଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଜିଲ୍ଲାପାଳ ମହୋଦୟ ତାଙ୍କ ଅଭିଭାଷଣରେ କହିଥିଲେ l ମହିଳା ମାନଙ୍କ ଦ୍ଵାରା ସୁଭଦ୍ରା ଯୋଜନା ସମ୍ବନ୍ଧୀୟ ଏକ ସଚେତନତା ନାଟକ ପରିବେଷଣ ହୋଇଥିଲା l
ନୟାଗଡ଼ ଷ୍ଟାଡିୟମ୍ ଠାରେ ସୁଭଦ୍ରା ଯୋଜନା ଶୁଭ ଉଦଘାଟନ !!!

