ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦାରେ ଚଳନ୍ତା ଟ୍ରେନ ରେ ଲାଗିଲା ନିଆଁ ! ସୂଚନା ମୁତାବକ ଏକ ଟ୍ରେନ ତାଳଚେରରୁ କୋଇଲା ବୋଝେଇ କରି ଧାମରା ଅଭିମୁଖେ ଯାଉଥିବା ବେଳେ ହଠାତ କୋଇଲାରେ ନିଆଁ ଲାଗି ଯାଇଥିଲା । ଚାଳକ ଟ୍ରେନ୍ କୁ ନେଇ ସୁକିନ୍ଦା ଅତିକ୍ରମ କରୁଥିବା ସମୟରେ ଏହି ଦୃଶ୍ୟ ଦେଖି ତୁରନ୍ତ ସୁକିନ୍ଦା ରେଲୱେ ଷ୍ଟେସନରେ ଟ୍ରେନକୁ ଅଟକ ରଖି ଷ୍ଟେସନ କତୃପକ୍ଷଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇ ତୁରନ୍ତ ସୁକିନ୍ଦା ଅଗ୍ନିଶମ କର୍ମଚାରୀ ମାନଙ୍କ ସହିତ ଯୋଗାଯୋଗ କରିଥଲେ । ଏକ ସ୍ବତନ୍ତ୍ର ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ !
ଚଳନ୍ତା ଟ୍ରେନ ରେ ଲାଗିଲା ନିଆଁ !!!

