ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଗତ ସମ୍ବର୍ଦ୍ଧନା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ଅତି ଆଦରର ସହ ସ୍ବାଗତ କରାଯାଇଛି । ଏ ଉପଲକ୍ଷେ ମହାବିଦ୍ୟାଳୟ ଅଡିଟୋରିୟମରେ ପ୍ରଥମେ ବିଜ୍ଞାନ ଓ ଧନ୍ଦା ମୂଳକ ଶିକ୍ଷାର ଛାତ୍ର ଛାତ୍ରୀ ଏବଂ ପରେ ପରେ କଳା ଓ ବାଣିଜ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ହୋତା ସର୍ବ ପ୍ରଥମେ ନବାଗତ ମାନଙ୍କୁ ସ୍ଵାଗତ କରି ଏହି ଦୁଇ ବର୍ଷ ସମୟର ସଦୁପଯୋଗ କରିବା ପାଇଁ ଉପଦେଶ ଦେଇଥିଲେ । ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା ସେମାନଙ୍କୁ ବିଭିନ୍ନ ନିୟମାବଳୀ ଓ ସହ ପ୍ରଶାସନିକ ଅଧିକାରୀ ଡ ସୁଜାତା ମିଶ୍ର ବିଭିନ୍ନ ପ୍ରତିଯୋଗିତା ସମ୍ପର୍କରେ ବୁଝାଇଥିଲେ ! ଅଧ୍ୟାପକ ଆଦିତ୍ୟ ସାରଥୀ ବେଦମତ୍ତା, ଶ୍ରୀ ଗୌରୀ ଶଙ୍କର ସୁବୁଦ୍ଧି , ଶ୍ରୀ ବିଭୂତି ଭୂଦାନ ହୋତା, ଶ୍ରୀ ସୁବ୍ରତ କୁମାର ତ୍ରିପାଠୀ , ଶ୍ରୀ ବାଦଲ କୁମାର ବେହେରା ଓ ଅଧ୍ୟାପିକା ସଂଘମିତ୍ରା ଘଟୁଆରୀ ଛାତ୍ର ଛାତ୍ରୀ ମାନଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ପାଠ୍ୟକ୍ରମ, ପରୀକ୍ଷା, ଲାଇବ୍ରେରୀ , ସ୍କଲାରସିପ୍ ଇତ୍ୟାଦି ବିଷୟ ରେ ଆଲୋଚନା କରିଥିଲେ l ଯୁକ୍ତ ଦୁଇର ଭାର ପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଡ଼ମିଶନ ଇନ- ଚାର୍ଜ ଅଧ୍ୟାପକ ଗୋଲକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଶ୍ରୀ ମନୋଜ କୁମାର ପରିମାଣିକ , ମୁକେଶ୍ ମହାପାତ୍ର, ରଞ୍ଜନ କୁମାର ବାରିକ, ବିଭୁଦେନ୍ଦୁ ବିଧାର ଓ ଗୋପୀନାଥ ସାହୁ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *