ଜିଲ୍ଲା ପ୍ରଶାସନ,ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ବିଭାଗ ଓ ଆଦିତ୍ୟ ଏଜୁକେଶନାଲ ସୋସାଇଟି ପକ୍ଷରୁ ନିଯୁକ୍ତି ଭିତ୍ତିକ ଚୁକ୍ତି ସ୍ୱାକ୍ଷର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପ୍ରଶାସନ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ବିଭାଗ ଓ ଆଦିତ୍ୟ ଏଜୁକେଶନାଲ ସୋସାଇଟି ପକ୍ଷରୁ ଗଜପତି ଜିଲ୍ଲାର ୯୦ ଜଣ ଯୁବକ ଯୁବତୀ ମାନଙ୍କୁ ଆସୋସେଟ ଷ୍ଟୋର ଫାର୍ମାସୀ ବିଷୟରେ ନିଯୁକ୍ତି ଭିତ୍ତିକ ତାଲିମ୍ ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଉପସ୍ଥିତିରେ ଚୁକ୍ତି ସ୍ବାକ୍ଷରିତ ହୋଇଯାଇଛି। ଏଥିରେ ଜିଲ୍ଲାର ପ୍ରାୟ ୯୦ ଜଣ ଯୁକ୍ତ ଦୁଇ ବିଜ୍ଞାନ ପାସ କିମ୍ବା ଫେଲ୍ ହୋଇଥିବା ଯୁବକ ଯୁବତୀଙ୍କୁ ମାଗଣା ଆବାସିକ ତାଲିମ୍ ଓ ଚାକିରୀ ଯୋଗାଇଦିଆଯିବ। ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରୀପାଠୀ ଓ ଶ୍ରୀ ନାଗେଶ୍ଵର ରାଓ,କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ,ଆଦିତ୍ୟ ଏଜୁକେଶନାଲ ସୋସାଇଟି,ଶ୍ରୀକାକୁଲମ ଚୁକ୍ତି ସ୍ବାକ୍ଷରିତ କରିଥିଲେ। ଏହି ନିଯୁକ୍ତି ଭିତ୍ତିକ ଏକ ସ୍ଵଳ୍ପ ମିଆଦୀ ତାଲିମ୍ ଟି ଜେମ୍ସ ହସ୍ପିଟାଲ୍ କେମ୍ପସ ,ଶ୍ରୀକାକୁଲମ ଠାରେ ଅନୁଷ୍ଠିତ ହେବ। ଜିଲ୍ଲାର ଇଛୁକ ଯୁବକ ଯୁବତୀ ମାନେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟଳୟର ମୋବାଇଲ ନମ୍ବର – ୯୮୨୭୯୪୬୮୮୪ ଯୋଗାଯୋଗ କରିପାରିବେ। ଏହି ଅବସରରେ ଶ୍ରୀ ଶିବାଶିଷ ସାହୁ, ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *