ପାରଳାଖେମୁଣ୍ଡି ଠାରୁ ନାମନଗଡ଼କୁ ପକ୍କା ରାସ୍ତା ସକାଶେ ଦାବୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆୟୋଜିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ନାମନଗଡ଼ର ପୂର୍ବତନ ସରପଞ୍ଚ କ୍ଷତ୍ରିବର ଵିସୋଇ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆସି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ରେ ଲେଖା ଅଛି ପାରଳାଖେମୁଣ୍ଡି ସଦର ମହକୁମା ଠାରୁ ଗୁମ୍ମ ନାମନଗଡ଼ ଗ୍ରାମ ପଞ୍ଚାୟତ 11 କିଲୋମିଟରର ରାସ୍ତା ଅଟେ । ପକ୍କାରାସ୍ତାଟି ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି । ଏହି ରାସ୍ତାଟି ଖାଲଖମା ହୋଇ ଯିବାରୁ ଦୁର୍ଘଟଣା ଘଟିଥିବା ର ଅଭିଯୋଗ ହେଉଛି । ଏହି ରାସ୍ତାରେ 5 ଟି ପଞ୍ଚାୟତର ଜନ ସାଧାରଣ ଯାତାୟାତ କରୁଛନ୍ତି । ଝାମି ପଞ୍ଚାୟତ,ନାମନଗଡ଼ ପଞ୍ଚାୟତ, ଅଜୟ ଗଡ଼ ପଞ୍ଚାୟତ, ଭୁବୁନି ପଞ୍ଚାୟତ, ସେରଙ୍ଗ ପଞ୍ଚାୟତ ର ଲୋକ ଯିବା ଆସିବା କରନ୍ତି । ତେଣୁ ଏହି ରାସ୍ତା ତୁରନ୍ତ ମରାମତି କରିବା ପାଇଁ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *