ବିଦ୍ୟାଳୟ ପରିଚାଳନା କମିଟିର ବୈଠକ !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଦ୍ୱିତୀୟ ଅଭିଭାବକ ଶିକ୍ଷକ/ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ବୈଠକ ! ବରଗଡ ଜିଲ୍ଲାର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ଦ୍ୱିତୀୟ ଅଭିଭାବକ-ଶିକ୍ଷକ/ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ବୈଠକ ଆୟୋଜିତ ହୋଇଛି । ଏହି ବୈଠକରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନିରାପତ୍ତା,ଅନଲାଇନ ସୁରକ୍ଷା, ସାଇବର ସଚେତନତା, ସ୍ୱଚ୍ଛତା, ବେଟିବଚାଓ ବେଟିପଢ଼ାଓ, ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା, ପିଲାଙ୍କ ନିୟମିତ ପାଠ ପଢାକୁ ସୁନିଶ୍ଚିତ କରିବା ପାଇଁ ଅଭିଭାବକଙ୍କ ଦାୟିତ୍ଵ, କୈଶୋରୀ ଛାତ୍ରୀ ମାନଙ୍କ ପାଇଁ ଇନସିନେରେଟର ଓ ଭେଣ୍ଡିଂ ମେସିନ୍ ବ୍ୟବସ୍ଥା ଭଳି ବିଭିନ୍ନ ମହତ୍ତ୍ଵପୂର୍ଣ୍ଣ ବିଷୟ ଗୁଡ଼ିକ ଉପରେ ଆଲୋଚନା କରାଯାଇଛି ! ଜିଲ୍ଲା ଶିକ୍ଷାଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ମାର୍ଗ ଦର୍ଶନରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ସ୍ତରରେ ସମ୍ପାଦିତ ହୋଇଥିବା ଏହି ବୈଠକରେ ବହୁମାତ୍ରାରେ ଅଭିଭାବକ ମାନେ ଯୋଗ ଦେଇ ବିଦ୍ୟାଳୟରେ ଶିକ୍ଷାର ଉନ୍ନତି ପାଇଁ ସରକାରୀ ଯୋଜନା ଗୁଡ଼ିକର ସଫଳ ରୂପାୟନ ଉପରେ ଆଲୋଚନା କରିଥିଲେ ଏବଂ ପିରାମଲ ଫାଉଣ୍ଡେସନର ପ୍ରତିନିଧିମାନେ ମଧ୍ୟ ବୈଠକରେ ସକ୍ରିୟ ଅଂଶ କରି ଛାତ୍ରଛାତ୍ରୀ ତଥା ବିଦ୍ୟଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଅଭିଭାବକଙ୍କ ସହ ଆଲୋଚୋନା କରିଥିଲେ !

Leave a Reply

Your email address will not be published. Required fields are marked *