ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ସମାରୋହ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଡିଟୋରିୟମ୍ ରେ ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚ଼ନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗୁରୁଦିବସ ମହା ସମାରୋହରେ ପାଳିତ ହୋଇସାରିଛି । ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଟନ୍ ଙ୍କ ୧୩୯ତମ ଜୟନ୍ତୀ ପାଳନ ଅବସରରେ ଶିକ୍ଷାର ମାନଦଣ୍ଡ ବୃଦ୍ଧି କରିବାରେ ଗୁରୁମାନଙ୍କ ଭୂମିକା ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ଗ୍ରହଣ କ୍ଷେତ୍ରରେ ଗୁରୁ ଓ ଛାତ୍ର ଛାତ୍ରୀଙ୍କ ଆନ୍ତରିକ ସହଯୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା । ରଶ୍ମିତା କୁମାରୀ ନନ୍ଦ ଏବଂ ମଧୁସ୍ମିତା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାଯ୍ୟକ୍ରମରେ ସେବାନିବୃତ୍ତ ଶିକ୍ଷକ ବିଚିତ୍ରାନନ୍ଦ ବେବର୍ତ୍ତୀ, ଗୋପାଳକୃଷ୍ଣ ନାୟକ, ବିଜୟଲକ୍ଷ୍ମୀ ସାହୁ, ଲଳିତ ନାୟକ, ରାମକୃଷ୍ଣ ଗନ୍ତାୟତ, ବରିଷ୍ଠ ସାମ୍ବାଦିକ ଭାଗବତ ପାତ଼ୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା । ଗୁରୁ ଶିକ୍ଷ୍ୟର ପବିତ୍ର ପରମ୍ପରାକୁ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷିକା ମାନେ ମନେ ପକେଇଥିଲେ । ଶେଷରେ ଶିକ୍ଷିକା ଶୁଭଲକ୍ଷ୍ମୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସଭାଶେଷରେ ଛାତ୍ର ଛାତ୍ରୀଗଣ ନୃତ୍ୟ ଓ ଗୀତ ଗାନ କରିଥିଲେ।

Leave a Reply

Your email address will not be published. Required fields are marked *