ରକ୍ତଦାତା ସର୍ବେଶ୍ଵର ସାହୁ ସମ୍ବର୍ଦ୍ଧିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : କଟକ ଜିଲ୍ଲା ଡମପଡ଼ା ବ୍ଲକ୍ ଅନ୍ତର୍ଗତ ଦୁଲଣାପୁର ଗ୍ରାମ ର ଯୁବ ରକ୍ତଦାତା ସର୍ବେଶ୍ଵର ସାହୁ ଙ୍କୁ” ଆଶାର ଦିଶା ସମ୍ମାନ 2026 ” ପ୍ରଦାନ କରାଯାଇଛି । ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପ୍ରେକ୍ଷାଳୟରେ ସାମାଜିକ ଅନୁଷ୍ଠାନ ଆଶାର ଦିଶା ଫାଉଣ୍ଡେସନର ନବମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା ! ଓଡ଼ିଶା ସମାଜସେବୀ ମହାସଂଘର ସଭାପତି ନାରାୟଣ ଚନ୍ଦ୍ର ଓଝା ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ବିଜେପି ନେତା ରାଣା ପ୍ରତାପ ପାତ୍ର, ରାଜ୍ୟ ପାଇକ ସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନ, ସମାଜସେବୀ ମିରା ପରିଡ଼ା, ଆଠଗଡ଼ ବିକାଶ ମଞ୍ଚର ସଭାପତି ମାନସ ରଞ୍ଜନ ବସ୍ତିଆ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ରାଜଧାନୀ ସେବାସଂଘର ଧିରେନ ଶଙ୍କର ଦାସ ପ୍ରମୂଖ ଉପସ୍ଥିତ ରହି ଶ୍ରୀ ସାହୁ ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସୂଚନାଯୋଗ୍ୟ ଶ୍ରୀ ସାହୁ ଜରୁରୀ କାଳୀନ ପିରିସ୍ଥିତିରେ 40ରୁ ଉର୍ଦ୍ଧ୍ବ ଥାଲାସେମିଆ ଓ କର୍କଟ ରୋଗୀ ଙ୍କୁ ରକ୍ତଦାନ କରି ଆସୁଛନ୍ତି । ଶ୍ରୀ ସାହୁ ଙ୍କୁ ଆଶାର ଦିଶା ସମ୍ମାନ 2026 ପ୍ରଦାନ କରାଯାଉଥିବାରୁ, ଜନମଙ୍ଗଳ ପରିଷଦର ସଭାପତି ଅଲେଖ ଚନ୍ଦ୍ର ଜେନା, ସାମାଜିକ କର୍ମୀ ନିରଞ୍ଜନ ସାହୁ, ବରିଷ୍ଠ ନାଗରିକ ଶିବଶଙ୍କର ସାମଲ,ସମାଜସେବୀ ମୁକେଶ ରାଉତ ପ୍ରମୁଖ ଶ୍ରୀ ସାହୁ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *