୪୨ ମୌଜା ସାଂସ୍କୃତିକ ମହୋତ୍ସବ ଓ ସୁପର ମୀନା ବଜାର !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଦହି ଗାଁ ଗ୍ରାମ ଶ୍ରୀ ରାମଲୀଳା ମଣ୍ଡପ ପାଖ ପଡ଼ିଆରେ ୪୨ ମୌଜା ସାଂସ୍କୃତିକ ମହୋତ୍ସବ ଓ ସୁପର ମୀନାବଜାରକୁ କଟକ ସଦର ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ କଳପଡ଼ା ପଞ୍ଚାୟତ ସରପଞ୍ଚ ସବିତା ମାଝୀ, ସରସ୍ଵତୀ କଳା ପରିଷଦ କନ୍ଦରପୁର ଉପ ସଭାପତି ଅଧ୍ୟାପକ ପ୍ରଫୁଲ୍ଲ ଦାସ,ସମୀର ରଞ୍ଜନ ପଣ୍ଡା, ସମାଜସେବୀ ଇଂ.ଅଶୋକ ବିଶ୍ଵାଳ, ରବୀନ୍ଦ୍ର ମହାନ୍ତି,ପୂର୍ବତନ ସମିତି ସଭ୍ୟ ଉମାକାନ୍ତ ନନ୍ଦ ଯୋଗଦାନ କରିଥିଲେ l ଏହି ମହୋତ୍ସବ ଦ୍ଵାରା ଭାଇଚାରା ସମୃଦ୍ଧ ହେବା ସହିତ ମୀନାବଜାରରେ ବିକ୍ରି ହେଉଥିବା ସମସ୍ତ ଘର କରଣ ଜିନିଷ କିପରି ଆମ ଅଞ୍ଚଳରେ ତିଆରି ହୋଇ ପାରିବ ସେଥି ପାଇଁ ତାକୁ ନେଇ ବେକାରୀ ସମସ୍ୟା ଦୂର କରିବାକୁ ପଦକ୍ଷେପ ନେବା ପାଇଁ ଚେଷ୍ଟା କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ ମାନ୍ୟବର ବିଧାୟକ ବିଶିଷ୍ଟ ସ୍ତମ୍ବକାର ଇଂ.ସେଠୀ l ସଭାରେ ମହୋତ୍ସବ କମିଟିର ସଭାପତି ନାଟ୍ୟକାର ସନ୍ତୋଷ ପତି,ସମ୍ପାଦକ ଦୁର୍ଗା ପ୍ରାସାଦ ପତି,ଉପଦେଷ୍ଟା ସିଦ୍ଧେଶ୍ୱର ପତି,ବିକ୍ରମ ପତି, ଶକ୍ତିଧର ପତି, ଆଡଭୋକେଟ୍ ପ୍ରମୋଦ ପତି,ମନୋରଞ୍ଜନ ପତି, ନିତ୍ୟାନନ୍ଦ ପତି,ଭଜନାନନ୍ଦ ଭୋଇ, ଭଗବତ ପତିଙ୍କ ସହ ଦହିଗାଁ ବାସିନ୍ଦା, ସ୍ଵେଚ୍ଛାସେବୀ,ଯୁବ ବଂଧୁ ବର୍ଗ ସହାଯୋଗ କରିଥିଲେ । ସନ୍ଧ୍ୟାରେ ସରସ୍ଵତୀ କଳା ପରିଷଦ ଛାତ୍ରଛାତ୍ରୀ କନ୍ଦରପୁର ଓ ଗଣେଶ ଭଜନ ସନ୍ଧ୍ୟା ସଂ।ସ୍କୃତିକ କାର୍ଯକ୍ରମ ପରିବେଷଣ କରିଥିଲା । ଏହି ମୀନା ବଜାର ଚଳିତ ମାସ ଛଅ ତାରିଖ ରୁ ଅଠର ପର୍ୟ୍ୟନ୍ତ ଚାଲୁ ରହିବ ।

Leave a Reply

Your email address will not be published. Required fields are marked *