କୋଲକାତା ଘଟଣା ପ୍ରତିବାଦରେ ଟ୍ରାନ୍ସଜେଣ୍ଡର ଏବଂ ଛାତ୍ରୀ ମାନଙ୍କ କ୍ୟାଣ୍ଡେଲ ରାଲି ଓ ଶ୍ରଦ୍ଧାଞ୍ଜଳୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଟ୍ରାନ୍ସଜେଣ୍ଡର ଏବଂ ଛାତ୍ରୀ ମାନଙ୍କ କ୍ୟାଣ୍ଡେଲ ରାଲି ଓ ଶ୍ରଦ୍ଧାଞ୍ଜଳୀ ! ପଶ୍ଚିମବଙ୍ଗର କୋଲକାତା ଠାରେ ଡ୍ୟୁଟି ସମୟରେ ପିଜି ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ବିଭୀଷିକା ଘଟଣାକୁ ନେଇ ଦେଶବ୍ୟାପୀ ଡାକ୍ତର , ଯୁବତୀ ଓ ଛାତ୍ରୀ ମାନଙ୍କ ପକ୍ଷରୁ ଧର୍ମଘଟ , ବିକ୍ଷୋଭ ଓ ହରତାଳ ପ୍ରଭୃତି ଚାଲିଥିବା ବେଳେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ମଧ୍ୟ ତୃତୀୟ ଲିଙ୍ଗି ଓ ଛାତ୍ରୀ ମାନଙ୍କ ଠାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । କୋଲକାତା ଠାରେ ମହିଳା ପିଜି ଡାକ୍ତରୀ ଛାତ୍ରୀ ଙ୍କ ପ୍ରତି ଘଟି ଯାଇଥିବା ଅମାନୁଷିକ ତଥା ବିଭୀଷିକା ଘଟଣାର ପ୍ରତିବାଦରେ ପାରଳାଖେମୁଣ୍ଡି ସ୍ଥିତ ପ୍ୟାଲେସ ସମ୍ମୁଖ ଛକ ଠାରେ ଜିଲ୍ଲା ତୃତୀୟ ଲିଙ୍ଗୀ ସଂଗଠନ ଓ ବିଭିନ୍ନ ଅନୁଷ୍ଠାନର ଛାତ୍ରୀ ମାନଙ୍କ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା , ବିକ୍ଷୋଭ ଓ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *