ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବର୍ଷା ଋତୁରେ ପର୍ଯ୍ୟଟନଙ୍କ ଅପେକ୍ଷାରେ ରହିଛି ଗଣ୍ଡାହାତୀ ଜଳପ୍ରପାତ । ପର୍ଯ୍ୟଟକ ମାନେ ନିଜର ବ୍ୟସ୍ତ ବହୁଳ ଜୀବନରୁ କିଛି ମୁହୂର୍ତ୍ତ ବାହାର କରି ନିଜ ଆତ୍ମୀୟ, ବନ୍ଧୁ ପରିବାର ସହ ଖୁସି ମନାଇବା ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଯାଇଥାନ୍ତି। ନିଜର କର୍ମମୟ ଜୀବନରୁ ବାହାରି କିଛି ସମୟ ପ୍ରକୃତିର ସୌନ୍ଦର୍ଯ୍ୟରେ ନିଜକୁ ହଜାଇ ଦେଉଛନ୍ତି । ବର୍ତ୍ତମାନ ଗଜପତି ଜିଲ୍ଲାର ରାୟଗଡ ବ୍ଳକର ଗଣ୍ଡାହାତୀ ପଞ୍ଚାୟତର ଗଣ୍ଡାହାତୀ ଜଳପ୍ରପାତ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ସାଜିଛି ।ପ୍ରାକୃତିକ ପରିବେଶର ଗନ୍ତାଘର ଗଜପତି ଜିଲ୍ଲା, ଜିଲ୍ଲାରେ ରହିଛି ସୁନ୍ଦର ସୁନ୍ଦର ପର୍ଯ୍ୟଟନ ସ୍ଥଳୀ । କଥାରେ ଅଛି ସୂନ୍ଦର ତୃପ୍ତିର ଅବସାଦ ନାହିଁ , ଯେତେ ଦେଖୁଥିଲେ ନୁଆ ଦିଶୁଥାଇ ! ଏହିଭଳି ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରୁଛି ଗଣ୍ଡାହାତୀ ଜଳ ପ୍ରପାତ । ଗଜପତି ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୩୦ କିଲୋମିଟର ଦୂରରେ ରହିଛି ଏହି ସୁନ୍ଦର ଜଳପ୍ରପାତ । ପାହାଡ଼ ପର୍ବତଘେରା ସବୁଜିମା ଘଞ୍ଚ ଜଙ୍ଗଲ ପରିବେଶ ମଧ୍ୟରେ ରହିଛି ଜଳପ୍ରପାତଟି ତାର ସୌନ୍ଦର୍ଯ୍ୟ ଭରା ପ୍ରାକୃତିକ ଦୃଶ୍ୟ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଛି। ସେଠାରେ ଗାଧୋଇବା ପାଇଁ ସୁବିଧା, ସାଙ୍ଗକୁ ଶିଶୁ ଉଦ୍ୟାନ ବହୁ ଆକର୍ଷଣୀୟ ହୋଇଛି । ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ତଥା ପର୍ଯ୍ୟଟକଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ରାସ୍ତା ନିର୍ମାଣ କରାଯିବା ସହ ଏଠାରେ ଶିଶୁ ଉଦ୍ୟାନ, ପାନୀୟ ଜଳ ଭଳି ବିଭିନ୍ନ ମୌଳିକ ସୁବିଧାର ବ୍ୟବସ୍ଥା କରାଯାଇଛି। ଜଳପ୍ରପାତର ତଳଭାଗର ବିକାଶ ହୋଇଥିବା ବେଳେ ଉପରଭାଗର ବିକାଶ କରିବା ଆବଶ୍ୟକ ରହିଛି । ଗଣ୍ଡାହାତୀ ଭଳି, ସୁଉଚ୍ଚ ମହେନ୍ଦ୍ରଗିରି ଶୈବ ପୀଠ, ଗୁଦଗୁଦା ଜଳପ୍ରପାତ ଭଳି ଅନେକ ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ବେଳେ ବର୍ତ୍ତମାନ ବର୍ଷା ରୁତୁରେ ଗଣ୍ଡାହାତୀ ଜଳପ୍ରପାତ ସୌନ୍ଦର୍ଯ୍ୟରେ ଦର୍ଶକଙ୍କ ମନ ମୋହୁଛି ! ପର୍ଯ୍ୟଟକଙ୍କୁ ଅପେକ୍ଷା କରି ରହିଛି ଗଣ୍ଡାହାତୀ ଜଳପ୍ରପାତ।
ବର୍ଷା ଋତୁରେ ପର୍ଯ୍ୟଟକଙ୍କ ଅପେକ୍ଷାରେ ଗଣ୍ଡାହାତୀ ଜଳପ୍ରପାତ !!!

