ସବ-ରେଜିଷ୍ଟର କାର୍ଯ୍ୟାଳୟ ଉଦଘାଟିତ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସବ-ରେଜିଷ୍ଟର କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ପାଟକୁରାର ବିଧାୟକ ଅରବିନ୍ଦ ମହାପାତ୍ର ଯୋଗଦେଇ କାର୍ଯ୍ୟାଳୟକୁ ଉଦଘାଟନ କରିଥିବା ବେଳେ BDO ଓ ତହସିଲଦାର ଯୋଗ ଦେଇଥିଲେ ।ପୂର୍ବରୁ ସବ-ରେଜିଷ୍ଟର କାର୍ଯ୍ୟାଳୟ ନଥିବାରୁ ଅଞ୍ଚଳର ଜନସାଧାରଣ ଜମିଜମା ସଂକ୍ରାନ୍ତୀୟ କାର୍ଯ୍ୟ ପାଇଁ ବହୁତ ଦୁରରେ ଥିବା କାର୍ଯ୍ୟାଳୟ ଉପରେ ନିର୍ଭର କରୁଥିଲେ । ଅଞ୍ଚଳ ବାସିନ୍ଦାଙ୍କୁ ଜମି କିଣା ବିକା ଓ ପଞ୍ଜିକରଣ ପାଇଁ ବହୁତ ଦୁର ଯିବାକୁ ପଡୁଥିଲା । ଫଳରେ ଲୋକେ ଖର୍ଚ୍ଚାନ୍ତ ହେବା ସହ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ସ୍ଥାନୀୟ ଅଞ୍ଚଳ ବାସୀଙ୍କ ଦୀର୍ଘ ଦିନର ଦାବୀ ପରେ ଡେରାବିଶ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ତତ୍କାଳୀନ ସରକାର ସବ-ରେଜିଷ୍ଟର କାର୍ଯ୍ୟାଳୟ ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଫଳରେ ଜନ ସାଧାରଣଙ୍କ ଉଦେଶ୍ୟରେ ସ୍ଥାନୀୟ ବିଧାୟକ ଶ୍ରୀ ମହାପାତ୍ର ଉଦଘାଟନ କରିଥିବାରୁ ଅଞ୍ଚଳ ବାସିନ୍ଦା ଖୁସି ପ୍ରକଟ କରିଛନ୍ତି ।

Leave a Reply

Your email address will not be published. Required fields are marked *