ବାଙ୍କୀ ରେ ଏକାଠି ହେଲେ ଡିଜିଟାଲ ମିଡ଼ିଆ ସାମ୍ବାଦିକ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଟକ ଜିଲ୍ଲା ବାଙ୍କୀ ରୁ ଆରମ୍ଭ ହେଲା ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ସାଙ୍ଗଠନିକ କାର୍ଯ୍ୟକ୍ରମ ! ଡିଜିଟାଲ ମିଡ଼ିଆ କ୍ଷେତ୍ରରେ କାର୍ଯ୍ୟରତ ପ୍ରତିନିଧି ମାନଙ୍କର ସମ୍ମାନ ସୁରକ୍ଷା ଏବଂ ଅଧିକାର ପାଇଁ ଲଢେଇ କରୁଥିବା ମହାସଂଘ ଖୁବ ଶୀଘ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି ସରକାର କୁ ଚେତାବନୀ ଦେଇଛନ୍ତି ! ବାଙ୍କୀ ର ମା ଚର୍ଚ୍ଚିକା ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକରେ କଟକ , ବାଙ୍କୀ , ଡମପଡା , ବଡମ୍ବା ଏବଂ ନରସିଂହପୁର ବ୍ଲକ ର ଡିଜିଟାଲ ମିଡ଼ିଆ ପ୍ରତିନିଧି ମାନେ ଯୋଗ ଦେଇଥିଲେ ! ବାଙ୍କୀ ଖବର ର ଏଡିଟର ଅଶୋକ ରଣା ଏବଂ ଆୱାଜ ମିଡ଼ିଆ ର ବାଙ୍କୀ ପ୍ରତିନିଧି ଅନନ୍ତ ରଣା ଙ୍କ ସଂଯୋଜନା ରେ ଅନୁଷ୍ଠିତ ବୈଠକରେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ରାଜ୍ୟ ସଭାପତି ସତ୍ୟବ୍ରତ ଦାଶ , ସାଧାରଣ ସମ୍ପାଦକ କାହ୍ନା ନାୟକ ଯୋଗଦେଇ ମହାସଂଘ ଗଠନର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ! ଖବର ସଂଗ୍ରହ କରିବା ସମୟରେ ହେଉଥିବା ସମସ୍ୟା ଠାରୁ ଆରମ୍ଭ କରି ସରକାରଙ୍କ ଉଦାସୀନ ମନୋଭାବ ପର୍ଯ୍ୟନ୍ତ ସମସ୍ତ ବିଷୟରେ ଆଲୋଚନା ହୋଇଥିଲା ! ରାଜ୍ୟ ପରିଚାଳନା କମିଟିର ସଦସ୍ୟ ଅଶ୍ରୁମୋଚନ ନାୟକ , ବର୍ଷା ଦାସ , ବସନ୍ତ ପ୍ରଧାନ , କୈବଲ୍ୟ ଦାସ , ଶଙ୍କର୍ଷଣ ମହାପାତ୍ର , ପ୍ରସନ୍ନ ଦାସ ପ୍ରମୂଖ ଉପସ୍ଥିତ ରହି ସଂଗଠନର ବିଭିନ୍ନ ଯୋଜନା ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ ! ଡିଜିଟାଲ ମିଡ଼ିଆ ପ୍ରତିନିଧି ମାନଙ୍କର ସମ୍ମାନ ସୁରକ୍ଷା ଏବଂ ଅଧିକାର ପାଇଁ ବାଙ୍କୀ ର ମା ଚର୍ଚ୍ଚିକା ପୀଠରୁ ଆରମ୍ଭ ହୋଇଥିବା ଏ ଲଢେଇ କୁ ଆଗାମୀ ଦିନରେ ବ୍ୟାପକ କରିବା ପାଇଁ ସମସ୍ତ ସଦସ୍ୟ ଶପଥ ନେଇଥିଲେ !

Leave a Reply

Your email address will not be published. Required fields are marked *