ଅପରାଧ ଦୁନିଆରେ ପାଖରେ ପଇସା ଥାଇ ମଧ୍ୟ ପେଟକୁ ଦାନା ଯାଏନି କି ଆଖିକୁ ଶାନ୍ତିର ନିଦ ଟିକେ ଆସେନି !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଅପରାଧ ଆତଙ୍କରୁ ଅତରର ସୁଗନ୍ଧ । ଦିନ ଥିଲା ସେ ଥିଲେ ଜଣେ ଦୁର୍ଦାନ୍ତ ଅପରାଧୀ ! ଯାହା ନାଁରେ ଥିଲା ଆତଙ୍କର ସୁଅ , ଆଉ ଯାହା ଯୋଗୁଁ ସୃଷ୍ଟି ହେଉଥିଲା ଭୟର ବାତାବରଣ.. କେବଳ କଟକ ସହରର ଗଳିକନ୍ଧି ନୁହେଁ ବରଂ ରାଜ୍ୟ ଓ ରାଜ୍ୟ ବାହାରେ ତାଙ୍କ ନାଁ ଶୁଣିବା ମାତ୍ରେ ଖେଳି ଯାଉଥିଲା ଆତଙ୍କ ଆଉ ଥରି ଉଠୁଥିଲେ ଲୋକ.. ହେଲେ ଦୀର୍ଘ ୧୧ ବର୍ଷ ହେବ ସେ ଅପରାଧର ଆତଙ୍କ ଛାଡି ବର୍ତ୍ତମାନ ଅତର ମହକରେ ସୁଗନ୍ଧିତ କରୁଛନ୍ତି ଲୋକଙ୍କୁ.. ଆମେ କହୁଛୁ କଟକ ଦରଘା ବଜାର ଅଞ୍ଚଳର ବାବା ଖାନଙ୍କ କଥା। ସମୟ ଥିଲା ଯେତେବେଳେ ଅପରାଧ ଜଗତର ବେତାଜ ବାଦଶାହ ଥିଲେ ବାବା ଖାନ.. କେବଳ ଲୋକ ନୁହଁନ୍ତି ବରଂ ବଡ଼ ବଡ଼ ଅପରାଧୀ ମଧ୍ୟ ବାବା ଖାନ ନାମରେ ଥରୁଥିଲେ.. ହେଲେ ପ୍ରାୟ ୧୧ ବର୍ଷ ହେବ ବାବା ଖାନ ଅପରାଧ ଦୁନିଆ ଛାଡି ବର୍ତ୍ତମାନ ଅତର ବ୍ୟବସାୟରେ ଲୋକଙ୍କୁ ସୁଗନ୍ଧ ବାଣ୍ଟୁଛନ୍ତି । ଆଜି ସତ ମାର୍ଗରେ ରହି ସ୍ୱଳ୍ପ ଅର୍ଥ ଥିଲେ ମଧ୍ୟ ପେଟ ପୁରାଇ ଖାଇ ପାରୁଛି ଆଉ ରାତିରେ ଶାନ୍ତିର ନିଦ ଟିକେ ଶୋଉଛି.. ଆଉ ଲୋକଙ୍କ ସ୍ନେହ ମମତା ପାଇ ବହୁତ ଖୁସିରେ ବଞ୍ଚୁଛି.. ଶୁଣନ୍ତୁ ଜଣେ ଦୁର୍ଦାନ୍ତ ଅପରାଧୀରୁ ଜଣେ ସଫଳ ଅତର ବ୍ୟବସାୟୀ ହୋଇ ଶାନ୍ତିରେ ଜୀବନ କାଟୁଥିବା ବାବା ଖାନ କଣ କହୁଛନ୍ତି ଅପରାଧୀ ଓ ଅପରାଧ ବିଷୟରେ ! ଅପରାଧ ଦୁନିଆରେ ଅର୍ଥ ଥାଇ ମଧ୍ୟ ସୁଖ କି ଶାନ୍ତି ନଥାଏ.. ଅପରାଧ ମଣିଷକୁ ସର୍ବହରା କରି ଦିଏ, ତା ଠାରୁ ସମାଜ ଓ ସମ୍ପର୍କ ସବୁକିଛି ଛଡାଇ ନିଏ ଆଉ  ଏହି କୁକର୍ମର ପ୍ରତି ବଦଳରେ ନିନ୍ଦା, ବଦନାମ ଓ ନ୍ୟାୟ ବ୍ୟବସ୍ଥାରେ ଥିବା ଦଣ୍ଡ ଉପହାର ରୂପରେ ଅପରାଧୀକୁ ଫେରାଇଥାଏ । ଲୋକ ଘୃଣ୍ୟ ଚକ୍ଷୁରେ ଜଣେ ଅପରାଧୀକୁ ଦେଖନ୍ତି.. ଅପରାଧ ଦୁନିଆରେ ପାଖରେ ପଇସା ଥାଇ ମଧ୍ୟ ପେଟକୁ ଦାନା ଯାଏନି କି ଆଖିକୁ ଶାନ୍ତିର ନିଦ ଟିକେ ଆସେନି !

Leave a Reply

Your email address will not be published. Required fields are marked *