ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଯକ୍ଷ୍ମା ନିରାକରଣ ଉପକରଣ ବିତରଣ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଏସ୍. ଡବ୍ଲ୍ୟୁ.ଡବ୍ଲ୍ୟୁ.ଏସ୍. ଏବଂ ଡି.ଜେ. ଆର୍.ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଗଜପତି ଜିଲ୍ଲା ଅନ୍ତର୍ଗତ ରାୟଗଡ଼ ବ୍ଲକର ଡମ୍ୱାପୁର ଠାରେ ଅବହେଳିତ ତଥା ଆଦିବାସୀ ଓ ଅନ୍ୟାନ୍ୟ ଅନୁନ୍ନତ ବର୍ଗ ତଥା ମହିଳା ମାନଂକୁ ଯକ୍ଷ୍ମା ନିରାକରଣ ଉପକରଣ ବିତରଣ କରାଯାଇଛି।ଏହି ଉପକରଣ ମଧ୍ୟରେ ଅଣ୍ଡା,ମିଲେଟ୍,ତେଲ, ବାଦାମ,ଡାଲି ଓ ସୋୟାବିନ ରହିଛି।ପୁଷ୍ଟିଯୁକ୍ତ ତଥା ପୋଷଣ ଉପକରଣ ଯୋଗାଇ ଦିଆଯାଇଛି।ବ୍ଲକର ୧୦୦ ଜଣ ହୀତାଧିକାରୀ ଏହି ମିଶ୍ରିତ ଉପକରଣ ଅତିଥି ମାନଂକଠାରୁ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ.ମୁବାରକ୍ ଅଲ୍ଲୀ ମୁଖ୍ୟଅତିଥି ରୂପେ ଯୋଗଦାନ କରିଥିଲେ।ସଂଗଠନର ସଭାପତି ଡ. ଡି. ଜଗନ୍ନାଥ ରାଜୁଂକ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର ପରାମର୍ଶଦାତା ଶିବପ୍ରସାଦ ହୋତା, ରାଜ୍ୟ ଯକ୍ଷ୍ମା ନିରାକରଣର ସଂଯୋଜକ,ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ନାଏକ,ଜେ.ଜେ.ବୋର୍ଡର ସଦସ୍ୟା ଭାଗ୍ୟଲକ୍ଷ୍ମୀ ନାଏକ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ସଂଯୋଜିକା ସୌମ୍ୟାରାଣୀ ଗୌଡ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ।ଜିଲ୍ଲାରେ ସଂପୂର୍ଣ୍ଣ ଯକ୍ଷ୍ମା ନିରାକରଣ ସକାଶେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଉକ୍ତ ସଂଗଠନର କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *