ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ମହୋତ୍ସବରେ ସମ୍ବର୍ଦ୍ଧିତ ହେବେ ସାମ୍ବାଦିକ ମାନସ ସାହୁ ! କୁମାରପୂର୍ଣ୍ଣିମାରେ ଆୟୋଜିତ ହେବ ବାଙ୍କୀ ମହୋତ୍ସବ ! ଚଳିତ ବର୍ଷ ବାଙ୍କୀ ମହୋତ୍ସବରେ ସମ୍ବର୍ଦ୍ଧିତ ହେବାକୁ ଥିବା ପ୍ରତିଭା ମାନଙ୍କ ନାମକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ! ସାମ୍ବାଦିକତା କ୍ଷେତ୍ରରେ ନିରବଛିନ୍ନ କାମ ପାଇଁ କଳାପଥର ଅଞ୍ଚଳର ସାମ୍ବାଦିକ ମାନସ କୁମାର ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯିବ ! ଖବର କାଗଜ ବିତରଣ ଠାରୁ ଆରମ୍ଭ କରି ଡିଜିଟାଲ ମିଡ଼ିଆ ପର୍ଯ୍ୟନ୍ତ ଦୀର୍ଘ ବର୍ଷର ଯାତ୍ରା ! ନିଜର ଅମାୟିକ ବ୍ୟବହାର ପାଇଁ ବେଶ ଜଣାଶୁଣା ସାମ୍ବାଦିକ ମାନସ ! ଦୈନିକ ଖବର କାଗଜ ସହିତ ନ୍ୟୁଜ ଏମ ଓଡ଼ିଆରେ କାର୍ଯ୍ୟ କରୁଛନ୍ତି ମାନସ ! ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ବାଙ୍କୀ – ଡମପଡା ଶାଖାର ସଭାପତି ଦାୟିତ୍ୱରେ ଅଛନ୍ତି ମାନସ କୁମାର ସାହୁ ! ବାଙ୍କୀ ମହୋତ୍ସବରେ ମାନସ ସମ୍ବର୍ଦ୍ଧିତ ହେବାକୁ ଥିବା ଖବର ଶୁଣି ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ବହୁ କର୍ମକର୍ତ୍ତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି !
ବାଙ୍କୀ ମହୋତ୍ସବରେ ସମ୍ବର୍ଦ୍ଧିତ ହେବେ ସାମ୍ବାଦିକ ମାନସ ସାହୁ !!!

