କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ପାର୍ବଣ ରେ ଚଳଚଞ୍ଚଳ ହୋଇ ଉଠିଛି ଐତିହାସିକ କଟକ ସହର ! କଟକ ସହରରେ ଐତିହାସିକ ଶାରଦୀୟ ଦୁର୍ଗାପୂଜା ବଡ ଆଡମ୍ବର ସହି ପାଳନ କରାଯାଉଛି । ସୁନା ଓ ରୁପାରେ ସୁସଜ୍ଜିତ ମା ଦୁର୍ଗାଙ୍କ ମେଢ଼ ତଥା ସୁସଜ୍ଜିତ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକ ସଜ୍ଜାରେ ଚମକୁଚି କଟକ ସହର । ପ୍ରତ୍ୟେକ ସାହି ନିଜ ନିଜର ମେଢକୁ ଆକର୍ଷିତ କରିବା ସହିତ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଏଥିରୁ ବାଦ୍ ପଡିନି କଟକ ସହରର ଖାନନଗର ପୂଜା କମିଟି । ମାତା ବୈଷ୍ଣୋ ଦେବୀଙ୍କ ସୁସଜ୍ଜିତ ତୋରଣ ସହିତ ମିନା ବଜାର ଦର୍ଶକ ମାନଙ୍କୁ ବେଶ ଆକୃଷ୍ଟ କରିଛି । ଓଡ଼ିଆ କାରିଗର ମାନଙ୍କ ଦ୍ଵାରା ଓ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ”ରାମ ଦୋଳି” ମିନା ବଜାରର ମୁଖ୍ୟ ଆକର୍ଶନ ପାଲଟିଛି । ଏହି ମିନା ବଜାରରେ ଛୋଟ ବଡ ଦୋଳି ମିଶାଇ ୧୦ ରୁ ଉର୍ଦ୍ଧ ଦୋଲି ସ୍ଥାନ ପାଇଛି । ମିନା ବଜାରର ମୁଖ୍ୟ ଆକର୍ଷଣ ରାମ ଦୋଳିରେ ” ୨୮ ଟି ଦୋଳି ଥିବା ବେଳେ, ଏଥିରେ ୧୧୨ ଜଣ ଏକ କାଳୀନ ବସି ପାରିବେ ।ପବିତ୍ର ଦଶହରା ଅବସରରେ ଏହି ମିନା ବଜାର ଉଦ୍ଘାଟିତ ହୋଈ ଯାଇଛି ! ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ଶ୍ରୀମଦ୍ ବାଇଆ ବାବା, ଉଦ୍ଘାଟକ ଭାବେ ଖାନନଗର ଖପୁରିଆ ପୂଜା କମିଟିର ସଭାପତି ସୁବାସ ବେହେରା ଓ ସମ୍ବାଦ ଏଜିଏମ୍ ନିଉଜ୍ କୃଷ୍ଣ ପ୍ରସାଦ ଦାସ, ସମ୍ମାନିତ ଅତିଥି ଭାବେ ଖାନନଗର ଖପୂରିଆ ପୂଜା କମିଟି ସମ୍ପଦକ ପ୍ରଫୁଲ୍ଲ ସାହୁ, କର୍ପୋରେଟର ଗୋପାଳ ବେହେରା, ସମାଜସେବୀ ସୋମିତ୍ର ଲେଙ୍କା, ହିନ୍ଦୁ ସେନାର ରାଜ୍ୟ ସଭାପତି ଦେବାଶିଷ ରାଉତ, ରାଜ୍ୟ ଦୋଳି ମିନବଜାର ସଂଘର ସଂପାଦକ ଅଭିଷେକ ଜେନା ଓ ବହୁତ୍ ସ୍ଥାନୀୟ ମୁରବି ମାନେ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ ଖାନନଗର ଯୁବକ ସଂଘର ସମ୍ପାଦକ ପ୍ରତାପ କୁମାର ସାହୁ ଓ ସଭାପତି ସୀତାରାମ ବେହେରା ପରିଚାଳନା କରିଥିଲେ । ଏହିଭଳି କାର୍ଯ୍ୟକ୍ରମ ଦ୍ଵାରା ଓଡ଼ିଶାରେ ଭାଇଚାରାର ବାର୍ତାର ପ୍ରଚାର ପ୍ରସାର ସହିତ ବାଲିଯାତ୍ରାର ଏକ ନମୁନା ସାଧାରଣ ଜନତା ଖୁବ୍ ଉପଭୋଗ କରିବେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ଓଡ଼ିଆ କାରିଗର ମାନଙ୍କ ଦ୍ଵାରା ନିର୍ମିତ ଓଡ଼ିଶାର ସର୍ବ ବୃହତ ”ରାମ ଦୋଳି ” !!!

