ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପାଞ୍ଚଗୋଛିଆ ସାହି ପାଖ ପଥର ଛଇରେ ଥିବା ଗଭୀର ପାଣିରେ ଗାଧୋଇବା ସମୟରେ ପାଣିରେ ବୁଡ଼ି ଯୁବକ ମୃତ ! ମଙ୍ଗଳପୁର ଅଞ୍ଚଳର ଜଣେ ଯୁବକ ଗାଧୋଉଥିବା ସମୟରେ ପାଣିରେ ବୁଡି ମୃତ୍ୟୁ ଘଟିଛି । ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ପାଞ୍ଚଗୋଛିଆ ସାହି ବାସିନ୍ଦା ଆରତ ଖଟୁଆ ଗ୍ରାମ ନିକଟ ଏକ ପରିତ୍ୟକ୍ତ ପଥର ଖାଦାନରେ ଜମା ହୋଇଥିବା ଗଭୀର ପାଣିରେ ଗାଧୋଉଥିବା ସମୟରେ ବୁଡି ଯାଇଥିଲେ । ସେଠାରେ ଗାଧୋଉଥିବା ଅନ୍ୟ ପିଲା ଆରତକୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ସୁକିନ୍ଦା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଆଗ୍ନିକ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅନେକ ଖୋଜାଖୋଜି କରିବା ପରେ ଅପରାହ୍ନ ସମୟରେ ଗଭୀର ପାଣି ଭିତରୁ ଆରତ ଖଟୁଆଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ସୁକିନ୍ଦା ପୋଲିସକୁ ସୂଚନା ଦେଇଛନ୍ତି ।
ଗାଧୋଇବା ସମୟରେ ପାଣିରେ ବୁଡ଼ି ଯୁବକ ମୃତ !!!

