ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ପାରଳା ପୌର ପରିଷଦ କାର୍ଯ୍ୟାଳୟ ଠାରେ ସ୍ୱାୟତ ଶାସନ ଦିବସରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ପାରଳା ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କୁ କରୋନା ଯୋଦ୍ଧା ଭାବେ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି। କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଦୀର୍ଘ 5 ମାସ ହେଲା କୋଭିଡ଼ି19ରେ ସହର ବାସୀଙ୍କୁ ବ୍ୟାପକ ଜନ ସଚେତନତା ଓ ବିଭିନ୍ନ କାର୍ଯ୍ୟରେ ଦିନରାତି ଏକ କରି ଜୀବନକୁ ବାଜି ଲଗାଇ ଜନସାଧାରଣ ଙ୍କୁ ସେବା ଯୋଗାଇ ଆସୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଛି।