ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପାର୍ବଣ ଋତୁ ରେ ପୂଜା ପାଉଛନ୍ତି ଧନଦାତ୍ରୀ ମା ଗଜଲକ୍ଷ୍ମୀ ! ଗାଁ ଠାରୁ ସହର ସବୁ ଜାଗା ଉତ୍ସବ ମୁଖର ! ଜଟଣୀ ଗଜପତି ନଗର ସାହିରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ଲଷ୍ମୀପୂଜା ! ଏହି ପୂଜା ମଣ୍ଡପରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଲୋକେ ପାଳନ୍ତି ଉତ୍ସବ ! ଯେଉଁଠି ଦେଖିବାକୁ ମିଳେ ଉଭୟ ହିନ୍ଦୁ ଓ ମୁସଲମାନ ମାନେ ମିଶି ଏହି ପୂଜା ପାଳନ କରିଥାନ୍ତି ! ଦୀର୍ଘ 16 ବର୍ଷ ରୁ ଉର୍ଦ୍ଧ ପୁରୁଣା ଏହି ପୂଜା ରେ ସମସ୍ତଙ୍କର ସହଯୋଗ ରହିଥାଏ ! ଏଠାରେ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାରର ସଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଏ ଏବଂ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ମଧ୍ୟ ବ୍ୟବସ୍ଥା ମଧ୍ୟ ରହିଛି ! ଶୃଙ୍ଖଳିତ ପୂଜା ଆୟୋଜନ ପାଇଁ ପୂଜା କମିଟିର ସମସ୍ତ ସଦସ୍ୟ ଙ୍କ ସମ୍ପୂର୍ଣ ସହଯୋଗ ରହିଛି ଅନ୍ୟ ପଟେ ଭକ୍ତଙ୍କ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳା କୁ ଲକ୍ଷ୍ୟ କରି ପୋଲିସ ମଧ୍ୟ୍ୟ ମୁତୟନ କରାଯାଇଛି ! ପୂଜା ମଣ୍ଡପକୁ ମନ୍ମଥ ରାଉତରାୟ ଆସି ମାଙ୍କ ଆଶ୍ରିବାଦ ନେଇଥିଲେ।

