କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ମହାନଗର ଶାନ୍ତି କମିଟି ଆନୁକୂଲ୍ୟରେ କାଳୀପୂଜା ଓ ଭସାଣୀ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ । କଟକ ସହର ଭାଇଚାରା ର ସହର , ପର୍ବ ଉତ୍ସବ ପରମ୍ପରା କୁ ସହର ବାସୀ ମିଳି ମିଶି ପାଳନ କରନ୍ତି । କଟକ ମହାନଗର ଶାନ୍ତି କମିଟି ପକ୍ଷରୁ କାଳୀପୂଜା ଓ ଭସାଣୀ ଉତ୍ସବ ପାଳନ ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଓ.ସି.ଏ ସମ୍ମିଳନୀ କକ୍ଷ ବାରବାଟି ଷ୍ଟାଡିୟମ୍ ରେ ଆୟୋଜିତ ଏହି ବୈଠକରେ କଟକ ମହାନଗର ନିଗମର ମେୟର ସୁଭାଷ ଚନ୍ଦ୍ର ସିଂ, କଟକ ବାରବାଟୀ ର ବିଧାୟିକା ଶ୍ରୀମତୀ ସୋଫିଆ ଫିର୍ଦୋସ୍, କଟକ ଚୌଦ୍ଵାର ବିଧାୟକ ସୋଭିକ୍ ବିଶ୍ୱାଳ , ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ, ଭିକାରୀ ଦାସ ଯୋଗ ଦେଇଥିଲେ । କଟକ ଡି.ସି.ପି, ଓ କଟକ ଆଡିସ୍ନାଲ୍ ଡି.ସି.ପି, ବୈଠକରେ ଯୋଗ ଦେଇଥିଲେ । ସବୁ ପୂଜାମଣ୍ଡପ କର୍ମକର୍ତ୍ତା, ସହି ମୁରବୀ, ଯୁବ ସଦସ୍ୟ , ଶାନ୍ତି କମିଟିର ସମସ୍ତ କର୍ମକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ । ଚଳିତ ବର୍ଷ ଅକ୍ଟୋବର ୩୧ ତାରିଖ ମହା କାଳୀପୂଜା ୧ ଓ ୨ ତାରିଖ ଦୁଇଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ୩ ତାରିଖ ରବିବାର ଦିନ ମହାକାଳୀଙ୍କ ଭସାଣି ଯାତ୍ରା ପାଳନ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି । ଦୂର୍ଗାପୂଜା ପରେ କଟକ ସହର ଅସଂପୂର୍ଣ୍ଣ ହୋଇ ପଡିରହିଥିବା ରାସ୍ତାଘାଟ ମରାମତି , ପୁନଃନିର୍ମାଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ଜିଲ୍ଲା ପ୍ରଶାସନଙ୍କୁ ନିବେଦନ କରାଗଲା । କାଳୀ ଭସାଣି ନିମନ୍ତେ ଦେବୀଗଡା ସ୍ଥିତ କାଠଯୋଡି ନଦୀରେ ୪ / ୫ ଟି ଜଳପୂର୍ଣ୍ଣ କୂତ୍ରିମ ପୋଖରି ଖୋଳାଇବା ସଂଗେ ସଂଗେ ବିସର୍ଜତ ହୋଇଥିବା ମୂର୍ତ୍ତୀ ଗୁଡିକର ଅବଶିଷ୍ଟ ଅଂଶ ବିଶେଷକୁ କଟକ ମହାନଗର ନିଗମ ପକ୍ଷରୁ ପୋଖରି ମଧ୍ୟରୁ ଉଠାଇ ନେଇ ଅନ୍ୟ ସ୍ଥାନରେ ପକାଇବା ସହ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାକୁ ଅନୁରୋଧ କରାଗଲା । ଦେବୀଗଡା ରାସ୍ତାକୁ ମରାମତି କରିବା ସହ ପର୍ଯ୍ୟାପ୍ତ ପରିମାଣର ଆଲେକ ବ୍ୟବସ୍ଥା କରିବାକୁ ମହାନଗର ନିଗମକୁ ନିବେଦନ କରାଗଲା ।
କଟକ ମହାନଗର ଶାନ୍ତି କମିଟି ଆନୁକୂଲ୍ୟରେ କାଳୀପୂଜା ଓ ଭସାଣୀ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ !!!

