ବାଣପୁର କଲେଜ ଛକ ରେ ଦିନ ଦ୍ବିପହର ରେ ଦମ୍ପତି ଙ୍କ ଠାରୁ ଲୁଟ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦିନ ଦ୍ବିପହର ସମୟରେ ବାଣପୁର ର ଜନଗହଳି ସ୍ଥାନ କଲେଜ ଛକ ଠାରେ ଦୁଇ ଜଣ ମୁଖା ପିନ୍ଧା ଯୁବକ ଏକ ବାଇକ ରେ ଆସି ଦମ୍ପତି ଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ସୁନା ଗହଣା ଲୁଟ କରି ଫେରାର ହୋଇ ଯାଇଛନ୍ତି ! ଘଟଣା ଟି ସ୍ଥାନୀୟ ଅଞ୍ଚଳ ରେ ଚାଞ୍ଚଲ୍ୟ  ସୃଷ୍ଟି କରିଛି । ଘଟଣା ରୁ ପ୍ରକାଶ ଯେ ବାଣପୁର କୁମାରାଙ୍ଗ ରୋଡ଼ ରେ ରହୁଥିବା ପବନଦୀପ ସ୍ୱାଇଁ ତାଙ୍କ ସ୍ତ୍ରୀ ବିଷ୍ଣୁପ୍ରିୟା ଙ୍କ ସହିତ ବାଣପୁର ଥାନା ନିକଟସ୍ଥ ଆଧାର କେନ୍ଦ୍ର ରେ ନିଜ ଆଧାର ସମ୍ବଦ୍ଧିୟ କାର୍ଯ୍ୟ ସମାପନ କରି ମୋଟର ସାଇକେଲ ଯୋଗେ ଘରକୁ ଫେରୁଥିଲେ ! କଲେଜ ଛକରେ ପବନଜିତ ପରିବା କିଣୁଥିବା ବେଳେ ସେଠାରୁ ମାତ୍ର ଦୁଇ ମିଟର ଦୂରରେ ବିଷ୍ଣୁପ୍ରିୟା ମୋଟର ସାଇକେଲ ନିକଟରେ ଠିଆହୋଇ ମୋବାଇଲ ରେ କଥା ହେଉଥିଲେ । ଏ’ ସମୟରେ ହଠାତ୍ ନିକଟସ୍ଥ ଏକ ଚା ଜଳଖିଆ ଦୋକାନ ସମ୍ମୁଖରେ ଠିଆ ହୋଇଥିବା ଜଣେ ଯୁବକ ବିଷ୍ଣୁପ୍ରିୟାଙ୍କ ବେକରୁ ସେ ପିନ୍ଧିଥିବା ସୁନାର ଦୁଇଟି ଚେନ ଝିଙ୍କି ନେଇଥିଲେ । ଦୋକାନ ନିକଟରେ ପୂର୍ବରୁ ଅନ୍ୟ ଜଣେ ଯୁବକ ଏକ ମୋଟର ସାଇକେଲ କୁ ଚାଲୁ କରି ପ୍ରସ୍ତୁତ ହୋଇ ରହିଥିଲେ । ଚେନ ଝିଙ୍କି ନେଉଥିବା ଦୁର୍ବୃତ୍ତ ସେହି ମୋଟର ସାଇକେଲରେ ବସି ଫେରାର ହୋଇଯିବାକୁ ଚେଷ୍ଟା କରିଥିଲେ । ତେବେ ଗାଡି ନିକଟରେ ପରିବା କିଣୁଥିବା ପବନଜିତ ଓ ଅନ୍ୟ କେତେକ ଜନସାଧାରଣ ଦୁର୍ବୃତ୍ତ ମାନଙ୍କୁ ପ୍ରତିରୋଧ କରିବାରେ ଜଣେ ଦୁର୍ବୃତ୍ତ ଏକ ବନ୍ଧୁକ ବାହାର କରି ପବନଜିତଙ୍କ ସମେତ ପ୍ରତିରୋଧକାରୀ ମାନଙ୍କୁ ଭୟଭୀତ କରାଇ ଘଟଣାସ୍ଥଳରୁ ଦ୍ରୁତ ଗତିରେ ବାଲୁଗାଁ ଅଭିମୁଖେ ଫେରାର ହୋଇ ଯାଇଥିଲେ । ଏ’ନେଇ ଥାନାରେ ଅଭିଯୋଗ ହେବାରେ ବାଣପୁର ପୋଲିସ ନିକଟସ୍ଥ ଥାନା ମାନଙ୍କୁ ସୂଚନା ପଠାଇ ଓ ଉକ୍ତ ଅଞ୍ଚଳ ରେ ଲାଗି ଥିବା ସି ସି ଟିଭି ର ଫୁଟେଜ କୁ ନେଇ ତଦନ୍ତ ଚଳାଇଛି । ତେବେ ସନ୍ଧ୍ୟା ସୁଦ୍ଧା ଦୁର୍ବୃତ୍ତ ମାନଙ୍କର କୋଣସି ତଥ୍ୟ ମିଳି ପାରିନାହିଁ । ଲୁଟ ଅଳଙ୍କାରର ମୂଲ୍ୟ ତିନି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅଭିଯୋଗରୁ ଜଣାପଡିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ପ୍ରାୟ ୬ ବର୍ଷ ପୂର୍ବେ ଏହି ସ୍ଥାନରେ କିଛି ଦୁର୍ବୁତ୍ତ ମୋଟର ସାଇକେଲ ରେ ଆସି ଜୈନିକ ଠିକାଦାର ଙ୍କୁ ଗୁଳି କରି ଗୁରୁତର ଆହତ କରି ଫେରାର ହୋଇ ଯାଇଥିଲେ ! ତେବେ ଦିନ ଦ୍ୱି ପ୍ରହର ସମୟରେ ଧନ୍ ତେରସ ପୂଜା ପାଇଁ ବଜାରରେ ଭିଡ ଲାଗି ରହିଥିବା ବେଳେ ଲୁଟ ଘଟଣାଟି ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Leave a Reply

Your email address will not be published. Required fields are marked *