ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସହର ଉପକଣ୍ଠରେ ସୁପୁତ୍ର ଅନୁଷ୍ଠାନ ପକ୍ଷ ରୁ ଚାଲି ଥିବା ବରିଷ୍ଠ ନାଗରିକ ଆଶ୍ରା ଗୃହ ରେ ଜିଲ୍ଲାର ଲିଗାଲ ରିସୋରସ ଫର ସୋସିଆଲ ଆକ୍ସନ ଅନୁଷ୍ଠାନ ଓ ଆକାଂକ୍ଷା ମହିଳା ସଙ୍ଗଠନ ର ମିଳିତ ଆନୁକୂଲ୍ୟରେ ମହିଳା ମାନଙ୍କ ଦ୍ୱାରା ବୃଦ୍ଧ ବୃଦ୍ଧା ଅନ୍ତେବାସୀ ଙ୍କ ସହ ପବିତ୍ର ଦୀପାବଳି ଉତ୍ସବ ପାଳିତ ହୋଇଯାଇଛି । ପରିବାର ରୁ ଦୂରରେ ରହିଥିବା ୨୫ ଜଣ ବୃଦ୍ଧବୃଦ୍ଧା ଅନ୍ତେବାସୀ ଏହି ଆଶ୍ରା ଗୃହ ରେ ବହୁ ବର୍ଷ ଧରି ଜୀବନ ବିତାଇ ଆସୁଛନ୍ତି । ଆଜିର ପବିତ୍ର ଦୀପାବଳି ପର୍ବ ଦିନରେ ଆକାଂକ୍ଷା ମହିଳା ସଙ୍ଗଠନ ଓ ଲିଗାଲ ରିସୋରସ ଫର ସୋସିଆଲ ଆକ୍ସନ ର ମହିଳା ସଦସ୍ୟ ମାନେ ଅନ୍ତେବାସୀ ଙ୍କ ସହିତ ଦୀପ ଜାଳି, ବାଣ ଫୁଟାଇ ସେମାନଙ୍କୁ ମିଠା ଓ ଫଳ ଖୁଆଇ ସେମାନଙ୍କ ସହ ଦୀପାବଳୀ ପର୍ବ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଲିଗାଲ ରିସୋରସ ଫର ସୋସିଆଲ ଆକ୍ସନ ର ଉପଦେଷ୍ଟା ଶ୍ରୀମତି ଭାଗ୍ୟ ଲକ୍ଷ୍ମୀ ନାୟକ , ଆକାଂକ୍ଷା ମହିଳା ସଙ୍ଗଠନ ର ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ, ଉପଦେଷ୍ଟା ଶ୍ରୀମତି ସ୍ଵର୍ଣ୍ଣ ପ୍ରଭା ପାଠୀ, ଉପ ସଭାନେତ୍ରୀ ଶ୍ରୀମତୀ ଅନୀତା ମିଶ୍ର, ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ପୁଷ୍ପା ପଣ୍ଡା ଓ ଅନ୍ୟାନ୍ୟ କର୍ମ କର୍ତ୍ତା ଗଣ ଉପସ୍ଥିତ ରହି ଅନ୍ତେବାସୀ ମାନଙ୍କ ସହିତ ବହୁ ସମୟ ବିତାଇ ଖୁସି ମନାଇବା ସହ ଅନ୍ଧାର ଉପରେ ଆଲୋକର ବିଜୟ ବୋଲି କହି ସେମାନଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ର ଚିର କାମନା କରିଥିଲେ। ଶେଷରେ ଅନ୍ତେବାସୀ ଙ୍କ ପକ୍ଷ ରୁ ମନଲୋଭା ଓ ଚିତ୍ତାକର୍ଷକ ଭଜନ ଓ ଜଣାଣ ପରିବେଷଣ କରାଯାଇଥିଲା। ଆଶ୍ରା ଅନୁଷ୍ଠାନ ର ମୁଖ୍ୟ ପରିଚାଳକ ଶ୍ରୀ ସୀତାକାନ୍ତ ଦାସ ସହଯୋଗ କରିଥିଲେ।