ବାଙ୍କୀ ରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ବିଜେଡି ପକ୍ଷରୁ ଆୟୋଜିତ ହୋଇଯାଇଛି ଜନ ସମ୍ପର୍କ ପଦଯାତ୍ରା । ବିଜେଡି ର ଏହି ପଦଯାତ୍ରା କାର୍ଯ୍ୟକ୍ରମ ରାଜ୍ୟ ବ୍ୟାପୀ ଅକ୍ଟୋବର ୨ ତାରିଖରୁ ଆରମ୍ଭ କରାଯାଇଥିବା ବେଳେ ବାଙ୍କୀରେ ତାହା ଆୟୋଜିତ ହୋଇଯାଇଛି ! ବାଙ୍କୀର ଗଣପର୍ବ କୁମାରୋତ୍ସବ ସମୟରେ ଆୟୋଜିତ ହେଉଥିବା ବାଙ୍କୀ ମହୋତ୍ସବ ପାଇଁ ଏହା ବିଳମ୍ବରେ ହୋଇଥିବା କଥା ସ୍ଥାନୀୟ ନେତୃତ୍ୱ କହିଛନ୍ତି । ତେବେ ବିଳମ୍ବ ରେ ହେଲେ ମଧ୍ୟ ଆଜିର ଏହି ପଦଯାତ୍ରା ସଫଳ ହୋଇଛି ବୋଲି ସ୍ଥାନୀୟ ନେତା ତଥା ବାଙ୍କୀର ବିଧାୟକ ଦେବୀ ରଞ୍ଜନ ତ୍ରୀପାଠି ପ୍ରକାଶ କରିବା ସହିତ ବର୍ତ୍ତମାନ ର ବିଜେପି ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର କେବଳ ନାମ ପରିବର୍ତ୍ତନ ଓ ରଙ୍ଗ ବଦଳାଇ ନିଜର ବାଃ ବାଃ କରୁଛନ୍ତି ଏବଂ ନିରୀହ ସାଧାରଣ ଲୋକ ମାନଙ୍କୁ ଠକିଛନ୍ତି । ନିର୍ବାଚନ ବେଳେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ତାହା କାହିଁକି ପାଳନ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଅପରପକ୍ଷରେ ସୁଭଦ୍ରା ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ମାଗଣା ବିଜୁଳି କୁଆଡେ ଗଲା ବୋଲି ସରକାରଙ୍କୁ ପ୍ରଶ୍ନ ରଖିଛନ୍ତି ! ବାଙ୍କୀରେ ଆଗରୁ ଯେଉଁ ଭଳି ବିକାଶ ହେଉଥିଲା ଆଗକୁ ତାହା ବଳବତ୍ତର ରହିବ ବୋଲି ବାଙ୍କୀ ଏନ୍ ଏ ସି ର କାଉନସିଲର ତଥା କଟକ ଜିଲ୍ଲାର ସାଧାରଣ ସମ୍ପାଦକ ସନାତନ ବେହେରା କହିଛନ୍ତି ! ଆଜିର ଏ ସଭାରେ ବାଙ୍କୀ ଏନ୍ ଏ ସିର ଉପନଗରପାଳ ସନ୍ତୋଷ କୁମାର ରଣା ସଭାପତିତ୍ୱ କରିଥିବା ବେଳେ ମୂଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ସମ୍ମାନୀତ ଅତିଥି ରୂପେ ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ, ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, ବାଙ୍କୀ ଏନ୍ ଏ ସି ଅଧ୍ୟକ୍ଷା ମାଣିକ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ସାହୁ, ମୀନତି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ! କାର୍ଯ୍ୟକ୍ରମରେ ବହୁ ଦଳୀୟ କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଆଗକୁ ଏହି ପଦଯାତ୍ରା ପଞ୍ଚାୟତ ସ୍ତରରେ ଜାରି ରହିବ ବୋଲି ବିଧାୟକ ଦେବୀ ରଞ୍ଜନ ତ୍ରୀପାଠି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *