ଗଜପତି ର ପୁରପଲ୍ଲୀରେ ପାଳିତ ହେଉଛି ନାଗ ଚତୁର୍ଥୀ !!!

0
88

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ର ପୁରପଲ୍ଲୀରେ ପାଳିତ ହେଉଛି ନାଗ ଚତୁର୍ଥୀ ! ଗଜପତି ଜିଲ୍ଲା ଦକ୍ଷିଣାଞ୍ଚଳ ଜିଲ୍ଲା ହୋଇ ଥିବାରୁ ଏଠାରେ ଉଭୟ ଓଡ଼ିଆ ଓ ତେଲୁଗୁ ସମ୍ପ୍ରଦାୟର ପୂଜା ପର୍ବ ପର୍ବାଣୀ ଗୁଡିକ ପାଳିତ ହୋଇଥାଏ ! ଗଜପତି ର ବିଭିନ୍ନ ଅଞ୍ଚଳରେ ଅତି ଆଡମ୍ବରରେ ଓ ଖୁସିରେ ଏହି ପର୍ବ ଗୁଡ଼ିକ ପାଳିତ ହେଉଛି । କାର୍ତ୍ତିକ ମାସର ଶୁକ୍ଳ ଚତୁର୍ଥୀକୁ ନାଗ ଚତୁର୍ଥୀ ଭାବେ ନାଗ ଦେବତାଙ୍କୁ ପୂଜା କରାଯାଏ । ଯାହାର ଜନ୍ମ ଜାତକରେ କାଳସର୍ପ ଦୋଷ ରହିଛି ସେ ନାଗ ପୂଜା କଲେ ନାଗ ଦୋଷରୁ ଖଣ୍ଡନ ହେଉଛନ୍ତି ବୋଲି ଲୋକଙ୍କ ଠାରେ ବିଶ୍ୱାସ ରହିଛି । ଆଜି ସକାଳୁ ପୁରପଲ୍ଲୀ ଓ ସହରବାସୀ ଫୁଲ ଫଳ ନଡ଼ିଆ ବିଭିନ୍ନ ପିଠା ପଣା ସହ ଅଣ୍ଡା କ୍ଷୀର ପ୍ରଭୃତି ପୂଜା ସାମଗ୍ରୀ ଧରି ସାପ ବିଳା ନିକଟରେ ସପରିବାର ବନ୍ଧୁ ବର୍ଗଙ୍କ ସହ ପୂଜାର୍ଚ୍ଚନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here