ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ବ୍ଲକ୍ ଅନ୍ତର୍ଗତ ପଣ୍ଡାଳମ ଆଶ୍ରମ ବିଦ୍ୟାଳୟକୁ ବାଙ୍କୀ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଶ୍ରୀମତୀ ମୋନୋସ୍ଵିନୀ ଦାସ ପରିଦର୍ଶନ କରି ବିଦ୍ୟାଳୟର ସାମଗ୍ରିକ ବ୍ୟବସ୍ଥା ଓ ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀଙ୍କ କଲ୍ୟାଣ ସମ୍ପର୍କରେ ସମୀକ୍ଷା କରିଥିଲେ । ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ବିଦ୍ୟାଳୟର ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଶିକ୍ଷାଦାନର ମାନ, ଛାତ୍ର ଛାତ୍ରୀଙ୍କ ଉପସ୍ଥାନ, ଛାତ୍ର କଲ୍ୟାଣ, ଛାତ୍ରାବାସରେ ଉପଲବ୍ଧ ସୁବିଧା ସୁଯୋଗ ଏବଂ ଛାତ୍ରାବାସରେ ରହୁଥିବା ଛାତ୍ର ଛାତ୍ରୀଙ୍କ ସାମଗ୍ରିକ ଜୀବନଯାପନର ସ୍ଥିତି ଯାଞ୍ଚ କରିଥିଲେ । ଏହି ଅବସରରେ ଶ୍ରୀମତୀ ଦାସ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କର ସୁବିଧା, ଆବଶ୍ୟକତା ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ଛାତ୍ରାବାସ ପରିସରରେ ଉତ୍ତମ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରିବା, ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦେବା, ଶିକ୍ଷାର ଗୁଣାତ୍ମକ ମାନ ବଜାୟ ରଖିବା ଏବଂ ନିର୍ମାଣ କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ସମାପ୍ତ କରିବା ନିମନ୍ତେ ସମ୍ପୃକ୍ତ ଅଧିକାରୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଏହି ଗସ୍ତ ଅବସରରେ ଡେପୁଟି କଲେକ୍ଟର ରଞ୍ଜିତା ଲେଙ୍କା ଓ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ସୌଦାମିନୀ ଦାସ ଉପସ୍ଥିତ ଥିଲେ ।
ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କଲେ ବାଙ୍କୀ ଉପଜିଲ୍ଲାପାଳ !!!

