ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଙ୍କୁ ଓଡ଼ିଶା ରାଜଭବନ ରେ ଭେଟିଛନ୍ତି ଲେଖକ ତଥା ସ୍ତମ୍ଭକାର ରବିନାରାୟଣ ପଟ୍ଟନାୟକ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଠିକ୍ ୧୧.୫୦ ମିନିଟ୍ ସମୟରେ ସେ ମହାମହିମ ରାଜ୍ୟପାଳ ଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ । ଏହି ଅବସରରେ ପ୍ରକାଶ ପାଇଥିବା ନିଜ ଲିଖିତ ପୁସ୍ତକ ” ହଜି ଗଲାଣି ଆଈ ମା କାହାଣୀ ” ପୁସ୍ତକଟି କୁ ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ । ରାଜ୍ୟପାଳ ଲେଖାକୁ ପ୍ରଶଂସା କରିବା ସହ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଆଗାମୀ ଦିନରେ ଜଳବାୟୁ ପରିବର୍ତ୍ତନ ଉପରେ ଅଧିକ ଲେଖିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ ।
ରାଜ୍ୟପାଳଙ୍କୁ ଭେଟି ପୁସ୍ତକ ପ୍ରଦାନ !!!

