କୃଷକ ଓ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମୋଦି ସରକାରର କୃଷକ ଓ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଜିଲ୍ଲା ପାଳଙ୍କ ଅଫିସ ଆଗରେ ବିକ୍ଷୋଭ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୋଦି ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମହା ମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ 19 ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ! ଦାବୀ ଗୁଡିକ ହେଲା ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ବନ୍ଦ କରାଯାଉ, ମାସିକ ସର୍ଵ ନିମ୍ନ ମଜୁରୀ 26000 ଟଙ୍କା ବୃଦ୍ଧି କରାଯାଉ, ସମସ୍ତଙ୍କୁ ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଯୋଗାଇ ଦିଆଯାଉ, ସରକାରୀ ମାଲିକାନାରେ ଥିବା ଶିଳ୍ପ,ସଂସ୍ଥା,ସେବାର ଘରୋଇ କରଣ ବନ୍ଦ କରାଯାଉ,ଚାଷୀଙ୍କ ଋଣ ଛାଡ କରାଯାଉ, ମନରେଗା ରେ ଶ୍ରମିକଙ୍କ ଦୈନିକ ମଜୁରୀ 600 ଟଙ୍କାକୁ ଓ ବାର୍ଷିକ କାର୍ଯ୍ୟ ଦିବସ ସଂଖ୍ୟା କୁ 200 ଦିନ ବୃଦ୍ଧି କରାଯାଉ,ଦିଲ୍ଲୀରେ କୃଷକ ଆନ୍ଦୋଳନ ସ୍ଥଗିତ ରଖିବା ସମୟରେ କେନ୍ଦ୍ର ସରକାର ଦେଇଥିବା ସମସ୍ତ ପ୍ରତିଶ୍ରୁତିକୁ ପାଳନ କରାଯାଉ, ଏହି ଭଳି 19 ଦଫା ଦାବୀ ରହିଛି । ଏହି କାର୍ଯ୍ୟକ୍ରମରେ ଭାରତୀୟ କ୍ଷେତ ମଜଦୂର ୟୁନିୟନର ଓଡ଼ିଶା ରାଜ୍ୟ ସଭାପତି ଜେନା ସୁବାଷ ଚନ୍ଦ୍ର ରାଓ, ଓଡ଼ିଶା କୃଷକ ସଭାର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଦଣ୍ଡପାଣି ରଇତଙ୍କ ସମେତ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନର ନେତା ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *