ବାଣପୁର ରେ ପୁଣି ଚୋରି : ପାଞ୍ଚ ଭାଇଙ୍କ ଘରେ କଳାକନା ବୁଲେଇ ଲେ ଚୋର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଥାନା ଅଂଚଳ ରେ ଗୋଟିଏ ମାସ ମଧ୍ୟରେ ସାତୋଟି ଘର ତାଲା ଭାଙ୍ଗି ଚୋରି ସମେତ , ବନ୍ଧୁକ ମୁନରେ ଦୁଇଟି ଡକାୟତି ଘଟଣା ପୋଲିସ ର ନିଦ ହଜାଇ ଦେଇଥିବା ବେଳେ 19 ତାରିଖ ଦିନ 16 ନମ୍ବର ଜାତୀୟ ରାଜପଥ ବାଣପୁର ଓଭର ବ୍ରିଜ ନିକଟରୁ ଡକାୟତି କରି ବନ୍ଧୁକ ମୁନରେ 8 ଲକ୍ଷ 30 ହଜାର ଟଙ୍କା ଲୁଟ କରିଥିବା 4 ଜଣ ଅନ୍ତଃ ଜିଲ୍ଲା ଡକାୟତ ଙ୍କୁ ମାତ୍ର 4 ଦିନ ମଧ୍ୟରେ ଗିରଫ କରି ବାଣପୁର ପୋଲିସ ସଫଳତା ହାସଲ କରିଥିଲା ! ଏହାକୁ ନେଇ ସାଧାରଣ ସାମାନ୍ୟ ଆଶ୍ବସ୍ତି ଅନୁଭବ କରୁଥିବା ବେଳେ ପୁଣି ବୁଧବାର ରାତିରେ ସିରିଜ ଚୋରି ଘଟଣା ଘଟିଛି ! ଗତ ରାତିରେ ପରିବାର ସଦସ୍ୟଙ୍କ ଅନୁପସ୍ଥତିରେ ଘର ତାଲା ଭାଙ୍ଗି ନଗଦ ଟଙ୍କା ସମେତ ସୁନା ଓ ରୂପା ଅଳଙ୍କାର ଚୋରି କରିନେଇ ୫ ଭାଇଙ୍କ ଘରେ କଳା କନା ବୁଲାଇ ଦେଇଛନ୍ତି ।

ବୁଧବାର ରାତିରେ ବାଣପୁର ଥାନା ଦେଉଳସାହି ଗ୍ରାମର ଶ୍ୱେତ ବାରିକଙ୍କ ସମେତ ହରଷ ବାରିକ, ବସନ୍ତ ବାରିକ, ଜୟକୃଷ୍ଣ ବାରିକ ଓ ସରତ ବାରିକ ୫ଭାଇଙ୍କ ଘର ଦାଣ୍ଡ ପଟ ତାଲା ଭାଙ୍ଗି ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ପରିବାର ସଦସ୍ୟମାନେ ବିବାହ ଉତ୍ସବରେ ଯୋଗଦେବାକୁ କଟକ ଯାଇଥିବା ବେଳେ ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ୫ଟି ପରିବାରର ଘର ବାହାର ପଟ କବାଟ ଓ ଗ୍ରିଲର ତାଲାଭାଙ୍ଗି ଦେବାସହ ଘର ମଧ୍ୟରେ ଥିବା ଆଲମିରା ଭାଙ୍ଗି ପ୍ରାୟ ୬୦ ଗ୍ରାମର ସୁନା ଅଳଙ୍କାର, ଦୁଇଟି ଲାପଟପ ଓ ନଗଦ ଟଙ୍କା ଚୋରି କରି ନେଇଛନ୍ତି । ଗ୍ରାମବାସୀଙ୍କ ଠାରୁ ଖବର ପାଇ ଗୁରୁବାରେ ପରିବାର ସଦସ୍ୟମାନେ ଗ୍ରାମକୁ ଫେରିବା ସହ ଏ’ନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ କ୍ରମେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଚୋରି କୁ ଲଗାମ ଦେବା ପାଇଁ ରାତ୍ରିକାଳୀନ ପୁଲିସ ପେଟ୍ରୋଲିଙ୍ଗ ବଢାଇବା ପାଇଁ ସାଧାରଣ ରେ ଦାବି ହେଉଛି !

Leave a Reply

Your email address will not be published. Required fields are marked *